ବାରିକ ସମାଜ ର ମହାସଭା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ନିକଟସ୍ଥ ଝାଙ୍କରାଇ ପୀଠ ରେ ଘୁମୁସର ତାଲୁକା ନିଖିଳ ଉତ୍କଳ ବାରିକ ସମାଜ ର ମହାସଭା ଅନୁଷ୍ଠିତ ହୋଇ ଯାଇଅଛି । ତିନି ଦିନ ବ୍ୟାପି ଚାଲିଥିବା ଏହି ସଭାରେ ପ୍ରଥମ ଦିନ ରେ ପୂର୍ବତନ ସଭାପତି ପୂର୍ଣ୍ଣ ଚନ୍ଦ୍ର ଡାକୁଆ ଦୀପ ପ୍ରଜ୍ବଳନ କରିଥଲେ । ସମାଜ ରେ ସମସ୍ତ ଙ୍କୁ ସେବା ଯୋଗାଇଥିବା ଓ ସମାଜ ର ସମସ୍ତ ସଦସ୍ୟ ଙ୍କ ସହଯୋଗ ଯୋଗୁଁ ସେ ତାଙ୍କ କର୍ତ୍ତବ୍ୟ ପାଳନ କରିପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଅଞ୍ଚଳ ର ପ୍ରାୟ 300 ପାରିବାର ଏହି ସଭାରେ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମ ର ଦ୍ୱିତୀୟ ଦିନ ରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବରେ ରବୀନ୍ଦ୍ର ନାଥ ଡାକୁଆ, ଉପ ସଭାପତି ଭାବରେ ଦୟାନିଧି ଡାକୁଆ , ସଂପାଦକ ଭାବେ ପ୍ରଶାନ୍ତ କୁମାର ପରିଚ୍ଛା ଏବଂ ରାଜ୍ୟ ବେହେରା ଭାବେ ଇନ୍ଦ୍ର ମଣି ପରିଚ୍ଛା ମନୋନୟନ ହୋଇଥିଲେ। ସଭାର ତୃତୀୟ ଦିନ ରେ ପୁରୁଣା କମିଟି ନୂତନ କର୍ମକର୍ତ୍ତା ଙ୍କୁ ଆୟ ବ୍ୟୟ ର ହିସାବ ଅର୍ପଣ କରିଥଲେ । ସମାଜ ରେ ଉପୁଜିଥିବା କିଛି ପାରିବାରିକ ସମସ୍ୟା ଗୁଡ଼ିକ ର ସମାଧାନ କରାଯାଇ ଥିଲା। ଶେଷରେ ସଂପାଦକ ଶ୍ରୀ ପରିଚ୍ଛା ଉପସ୍ଥିତ ରହି ସବୁ କାର୍ଯ୍ୟରେ ସହଯୋଗ କରିଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।