ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ନିମାପଡ଼ା, (ସନ୍ତୋଷ ଦାଶ) :-ନିମାପଡା ବ୍ଲକଛକ ଠାରେ ନିମାପଡା ଗୋପବନ୍ଧୁ ସେବାସଂଘ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି I ଆୟୋ-ଜିତ ଉତ୍ସବ ରେ ଅତିଥି ଭାବେ ଓଡିଶା ମହାମଞ୍ଚ ର ଅଧ୍ୟକ୍ଷ ତଥା ସାମ୍ୱାଦିକ ପ୍ରଦ୍ୟୁମ୍ନ ଶତପଥୀ, ସାମାଜିକ କର୍ମୀ ମମତା ବେହେରା, ଆଦର୍ଶ ଦାଶ, ସଞ୍ଜୟ ପରିଡ଼ା, ଲିଙ୍ଗରାଜ ବାରିକ, ଗୋପବନ୍ଧୁ ସେବା ସଂଘ ର ସଭାପତି ଗୋବିନ୍ଦଚନ୍ଦ୍ର ଜେନା, ସଂପାଦକ କୃଷ୍ଣଚନ୍ଦ୍ର ପାତ୍ର, ରାଧାମୋହନ ଦାଶ, ନିର୍ମଳ ପରିଜା ପ୍ରମୁଖ ଯୋଗ ଦେଇ ଉତ୍କଳ ମଣିଙ୍କ ସ୍ମୃତିଚାରଣ କରି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ସମସ୍ତ ଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଥମେ ଗୋପବନ୍ଧୁ ଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ ରୁ ଏକ ଆଜ୍ଞାମାଳ ବିରାଟ ଶୋଭାଯାତ୍ରା ରେ ନିମାପଡା ଅଣାଯାଇ ବଜାର ପରିକ୍ରମା କରାଯାଇଥିଲା। ଶେଷରେ ସ୍ଥାନୀୟ ପୂର୍ଣେଶ୍ୱର ଶମ୍ଭୁ ପୀଠ ଠାରେ ଏକ ସଭା ର ଆୟୋଜନ କରାଯାଇ ଥିଲା । ଏଥିରେ ଅତିଥି ମାନଙ୍କ ସହିତ ବହୁ ବୁଦ୍ଧିଜୀବି, ସାମ୍ୱାଦିକ, ବ୍ୟବସାୟୀ ଯୋଗଦାନ କରି ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ସ୍ମୃତି ଚାରଣ କରିଥିଲେ ।