ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଅଭ୍ୟାସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଓ ଏହାର ସଫଳ ମୁକାବିଲା କରିବା ନିମନ୍ତେ ବ୍ଳକ ସ୍ତରୀୟ ଅଭ୍ୟାସ ପ୍ରସ୍ତୁତି (ଟେବୁଲ ଟପ ଏକ୍ସସାଇଜ) କାର୍ଯ୍ୟକ୍ରମ ଶନିବାର ହିଞ୍ଜିଳିକାଟୁ ବ୍ଳକ ସଭାକକ୍ଷ ପରିସରରେ  ଅନୁଷ୍ଠିତ ହୋଇଯାଇଛି  । ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ସମା ଯୁଗ୍ମ ସଚିବ ସବ୍ୟସାଚୀ ହୋତା, ତହସିଲଦାର ପ୍ରଭାତ କୁମାର ପରିଡ଼ା,  ଏବିଡିଓ ଅରୁଣ କୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ବାଇ ଗିତାଞ୍ଜଳି ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିପରି କରାଯାଇପାରିବ ସେଥିପାଇଁ ପୂର୍ବ ପ୍ରସ୍ତୁତି ଅନୁସାରେ ବନ୍ୟା ଆଶ୍ରୟ ସ୍ଥଳୀଗୁଡିକରେ ମକଡ୍ରିଲ  ଅନୁଷ୍ଠିତ ହୋଇଯାଇଛି । ବିପର୍ଯ୍ୟୟ  ଖବରକୁ କାଳ ବିଳମ୍ବ ନକରି  ଜିଲ୍ଲାର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ସଂପୃକ୍ତ ବିଭାଗକୁ ଅବଗତ କରାଯାଉଥିଲା । ଉକ୍ତ କାର୍ଯ୍ୟକ୍ରମ ଅନୁସାରେ ବ୍ଲକ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ତାହାର ଏକ ସମ୍ପୂର୍ଣ୍ଣ ବିବରଣୀ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ପ୍ରେରଣ କରିବା ନିମନ୍ତେ ଆଲୋଚିତ ହୋଇଥିଲା। ସେହି ବିବରଣୀକୁ ଜିଲ୍ଲା ଜରୁରୀକାଳୀନ ବିଭାଗ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ବିଭାଗକୁ ପ୍ରେରଣ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅବଗତ କରାଇଥିଲେ। ଏହି ଅଭ୍ୟାସ କାର୍ଯ୍ୟକ୍ରମ  ରବିବାର ସକାଳ ୧୦ ଘଣ୍ଟା ସମୟରେ ହିଞିଳିକାଟୁ ବ୍ଳକ ବଳରାମପୁର ଗ୍ରାମରେ ଅପରାହ୍ନ ଏକ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ବୋଲି ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜେନା ସୂଚନା ପ୍ରଦାନ କରିଥିଲେ ।   ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଋଷିକୁଲ୍ୟା ନଦୀ ଓ ଘୋଡାହଡ ନଦୀ ତଟବର୍ତ୍ତି ଗ୍ରାମଗୁଡିକ ଚିହ୍ନଟ କରିବା ସହ ଗୃହପାଳିତ ପଶୁମାନଙ୍କ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଶିଶୁ ,ବୃଦ୍ଧା ଓ ଗର୍ଭବତୀଙ୍କ ସୁରକ୍ଷା ସହ ଏଏନ ଏମ ,ଅଙ୍ଗନୱାଡି ଓ ପଞ୍ଚାୟତ ଅଧିକାରୀଙ୍କ ସହ  ରାଜସ୍ୱ ନିରୀକ୍ଷକ ମାନଙ୍କ ସହଭାଗିତା ଉପରେ ଆଲୋଚନା କରିଥିଲେ ।  ହିଞ୍ଜିଳିକାଟୁ ବ୍ଳକର ବଳରାମପୁର, ବୁରୁପୋଡା, ଖରିଡା, ଖଣ୍ଡରା ଆଲପୁର ଓ ରାଳବରେ ଥିବା ୬ଟି ବାତ୍ୟା ଆଶ୍ରୟ ସ୍ଥଳିକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ  ବିଦ୍ୟୁତ୍ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ, ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ ଅଧିକାରୀ ଗୌତମ କୁମାର ସାହୁ, ହିଞ୍ଜିଳିକାଟୁ ପୁର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଉମାକାନ୍ତ ପାଢୀ, ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ରବି ନାୟକ , ଜଳ ସମ୍ପଦ ସହକାରୀ ଯନ୍ତ୍ରୀ ଇ ସନ୍ତୋଷ କୁମାର ଚୈଧୁରୀ, କ୍ଷୁଦ୍ର ଜଳସେଚନ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉମା ସେଠି,ପ୍ରାଣୀ ସମ୍ପଦ ଚିକିତ୍ସକ ଡାକ୍ତର ଲମ୍ବୋଦର ମହାପାତ୍ର, ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଅଶୋକ କୁମାର ମିଶ୍ର, ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶୁସିଲ କୁମାର ପାତ୍ର, ସମସ୍ତ ଲାଇନ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ସମେତ ୬ଟି ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ