ବୈତରଣୀ ନଦୀର ଗିରିଗାଁ ଘାଟରେ ଭାଷିଯାଇ ଯୁବକ ନିଖୋଜ   

ହାଟଡିହି, (ବିକାଶ ବିଶ୍ୱାଳ) :-ବୈତରଣୀ ନଦୀର ଗିରିଗାଁ ଘାଟରେ ଆଜି ସକାଳୁ ସକାଳୁ ଜଣେ ଯୁବକ ଭାଷିଯାଇ ନିଖୋଜ ହୋଇଯାଇଛନ୍ତି । ଖବରରୁ ଜଣାଯାଇଛି ଯେ ଭଦ୍ରକ ବାଙ୍କତିରା ଗ୍ରାମର ଗୁରିଆ ଦାସ, ଗୁମନ ଦାସ ଓ ଅନ୍ୟଜଣେ ବ୍ୟକ୍ତି ଗିରିଗାଁ ଘାଟରେ ନଦୀପାର ହୋଇ ବାଲିବରୁଆଁ ଯାଉଥିଲେ । ସେମାନେ ନଦୀର ଅପରପଟେ ପହଞ୍ଚିବାକୁ ଅଳ୍ପ କିଛିବାଟ ବାକିଥିବାବେଳେ ଗୁରିଆ ଦାସ(୧୮) ନଦୀରେ ବୁଡିଯାଇଥିଲେ । ସେଠାରେ ବାଲି ଉତ୍ତୋଳନ ଯୋଗୁଁ ଗଣ୍ଡ ସଦୃଶ ଖାଲ ହୋଇଯାଇଥିବାରୁ କେହି ସେଠାକୁ ଯିବାକୁ ଉଚିତ ମଣିନଥିଲେ । ଗୁରିଆ ବୁଡିଯିବାରୁ ଅନ୍ୟ ଦୁଇଜଣ ପାଟି କରି ଡାକପକାିବାରୁ ପାଖ ଆଖରେ ଥିବା ଲୋକମାନେ ଆସି ଖୋଜାଖେଜି କରିଥିଲେବି ତାର ସନ୍ଧାନ ପାଇପାରି ନଥିଲେ । ପରେ ଘସିପୁରା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାିଥିଲେବି ଗୁରିଆକୁ ଉଦ୍ଧାର କରାଯାଇ ପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ