ମଣଦାରେ କାଳବୈଶାଖୀ ବଜ୍ରପାତରେ ଅକାଳରେ ମହିଳା ସମେତ ଦୁଇଜଣଙ୍କର ଗଲା ପ୍ରାଣ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ସତେ ଯେମିତି ବାଟରେ ଜଗିଥିବା ଯମ । ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅଂଚଳରେ ମଣଦା ଫାଣ୍ଡି ଅଧିନସ୍ଥ ମଣଦା ଗ୍ରାମରେ ଆଜି ଖରାବେଳେ ବଜ୍ରପାତରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ସୋଇଛି । ସୂଚନାଯୋଗ୍ୟ ମତଦାନ ଗ୍ରାମର ଶୁଶାନ୍ତ ଗିରି ୧୨/୧୨.୩୦ ଟା ପାଖାପାଖି ସମୟରେ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ବାଟରେ ଚଡ଼କ ମାରିବା ଫଳରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ସେହିଭଳି ସେହି ଗ୍ରାମର ଜାଲେ ପିଙ୍ଗୁଆ ଜଙ୍ଗଲ ପାଖ ବିଲକୁ କାମ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ । ସେମାନଙ୍କୁ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ସେମାନଙ୍କୁ ଶବ ବ୍ୟବଚ୍ଛେଦ କରାଯିବାପାଇଁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଦୁଇ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି । ଅପରାହ୍ନ ୫.୧୦ ରେ ପହଞ୍ଚି ବା ଏବଂ ବିଦ୍ୟୁତ ସରାବରାହ ବିଛିନ୍ନ ଯୋଗୁଁ ଶବ ବ୍ୟବଚ୍ଛେଦ ହୋଇପାରିଲା ନାହିଁ । ଶବ ବ୍ୟବଚ୍ଛେଦ ଗୃହକୁ ଡିଜି ଦ୍ବାରା ବିଦ୍ୟୁତ ସଂଯୋଗ ନଥିବାରୁ ଶବ ବ୍ୟବଚ୍ଛେଦ ନ ହୋଇପାରିବାରୁ ମୃତକଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନେ କହୁଥିଲେ ସରକାର ତନିୟମ କରିଛନ୍ତି ରାତି ହେଲେ ବି ଶବ ବ୍ୟବଚ୍ଛେଦ ହୋଇ ପାରିବ ହେଲେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । ବହୁ ଦୂରରୁ ଆସି ହଇରାଣ ହରକତ ହେଉଛନ୍ତି । ତେଣୁ ପ୍ରଶାସନ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ।


