ଜଳସମ୍ପଦ ବିଭାଗର କେନାଲ କାମ ଅଧାପନ୍ତରିଆ : ବିଭାଗ ସାଜିଲା ନିରବଦ୍ରଷ୍ଟା 

ହାଟଡିହି, (ବିକାଶ ବିଶ୍ୱାଳ) :-ତଳ ମୁଣ୍ଡରେ ଥିବା ଚାଷୀ ମାନଙ୍କ ଜମିକୁ କିପରି ସହଜରେ ପାଣି ମଡାଯାଇ ପାରିବ ଓ ମରୁଡି ସମୟରେ ସୁଚାରୁରୁପେ ଜଳସେଚନର  ସୁବିଧା ନିମନ୍ତେ ସରକାର ବିପୁଳ ପରିମାଣର ଅନୁଦାନ ଯୋଗାଇ ଦେଇଥିବାବେଳେ ଜଳସମ୍ପଦ ବିଭାଗ ଓ ଠିକାଦାରଙ୍କ ସଲାସୁତୁରା ଯୋଗୁଁ ଏହି ଅନୁଦାନ ଏବେ ପାଣିରେ ପଡିବା ସାର ହୋଇଛି । କେନ୍ଦୁଝର ଜିଲା ହାଟଡିହି ବ୍ଲକର ବିଦ୍ୟାଧରପୁର-ଆନନ୍ଦପୁର ମେନ କେନାଲ, ଶାଳଣିଆଁ କେନାଲ, ହାଟଡିହି କେନାଲ, ସୋସୋ କେନାଲ, ମନୋହରପୁର କେନାଲ, ମଠସାହି କେନାଲ, ଟାଇଗୁଣା କେନାଲ ପ୍ରଭୃତିି କେନାଲ ଗୁଡ଼ିକ କାର୍ଯ୍ୟ କରିବା ପାଇଁ କାଲକାଟାର ଏଚ.ଏସ.ସି.ଏଲ ଠିକାଦାର ଟେଣ୍ଡର ପାଇଥିଲା । ମାତ୍ର ସେ ଉକ୍ତ କାର୍ଯ୍ୟକୁ  ନକରି ଏମ.ଏସ.ଆଇ.ଏଲ ନାମକ ଏକ ଠିକାସଂସ୍ଥାଙ୍କୁ ପ୍ରଦାନ କରିଥିଲା  ।  ଉକ୍ତ କାର୍ଯ୍ୟଟିକୁ  ୧୭ ମାସ ମଧ୍ୟରେ ସାରିବାକୁ ଏଗ୍ରିମେଣ୍ଟ ହୋଇଥିଲା ।  ଏହି କାମ ହେବାପରେ ବହୁ କମ ସମୟ ଭିତରେ ତଳମୁଣ୍ଡରେ ଥିବା ଚାଷୀଙ୍କ ଜମିକୁ ସହଜରେ ପାଣି ଯାଇପାରିବ ଓ ଚାଷୀ ମାନେ ଉପଯୁକ୍ତ ଭାବେ ଆବଶ୍ୟକ ପାଣି ପାଇବେ ବୋଲି ଆଶା କରିଥିଲେ । କେନାଲର ଉଭୟ ପାଶ୍ୱର୍କୁ ସିମେଣ୍ଟ କଂକ୍ରିଟ ଦ୍ୱାରା ଲାଇନଙ୍ଗ କରାଯିବା ଦ୍ୱାରା ପାଣିର ଅପଚୟ ହେବ ନାହିଁ ଏବଂ ଚାଷଜମିକୁ ଠିକ ଭାବରେ ପାଣି ଯିବ ବୋଲି ଭାବିଥିଲେ । କେନାଲର ଦୁଇ ପାଶ୍ୱର୍ ଚାରି ଇଞ୍ଚ ଢ଼ଳାଇ ହେବା ସହ ତଳ ବେଡ଼ଟି ମଧ୍ୟ ୱାଲବିମ୍ ଦେଇ ବାଲି  ଫିଲିଙ୍ଗ୍ କରି ବିମ୍ ଉପରେ ଢ଼ଳାଇ ପଡ଼ିବ ବୋଲି ଏଷ୍ଟିମେଣ୍ଟ ଥିଲା । । ମାତ୍ର ଏମ.ଏସ.ଆଇ.ଏଲ ଉକ୍ତ କାର୍ଯ୍ୟକୁ ନକରି କୁଜି ଠିକାଦାର ନିଯୁକ୍ତି କରି ୪୦ରୁ ୫୦ପରସେଣ୍ଟ ଲେସରେ କାର୍ଯ୍ୟ କରାଇଥିଲା । ଫଳରେ କାମ କରୁଥିବା ଠିକାଦାର ମାନେ  ଅତି ନିମ୍ନ ମାନର କରିବାପାଇଁ ବାଧ୍ୟ ହୋଇଥିଲେ ।  ଏହାକୁ ବିଭାଗ ଅଧିକାରୀ , କନିଷ୍ଠଯନ୍ତ୍ରୀ ମାନେ ଦେଖୁଥିଲେ ମଧ୍ୟ  ଚୁପ ହୋଇ ରହିଥିଲେ । ଯାହାଦ୍ୱାରାକି ୪ଇଞ୍ଚ ମୋଟଇର କଂକ୍ରିଟ କାମକୁ ମାତ୍ର ଦେଢ଼ ଇଞ୍ଚରୁ ଦୁଇ ଇଞ୍ଚ ପକାଇବା ସହ  ସିମେଣ୍ଟ ଭାଗ ବହୁ କମ ଦେଇଥିଲେ । ଫଳରେ ଅନେକ ସ୍ଥାନରେ କଂ୍ରକିଟ ଲାଇନିଂ କାମ ଗୁଡିକ ଦିନ କେଇଟାରେ ଭୁଷୁଡି ପଡିଥିଲା ।  ଯାହାଦ୍ୱାରାକି ସରକାରଙ୍କ ଏଭଳି ଏକ ଜନହିତକର ଯୋଜନା କେବଳ ପାଣିରେ ପଡିବା ସାର ହୋଇଛି । ଏହାକୁ ନେଇ  ସ୍ଥାନୀୟ ଲୋକମାନେ ଏବଂ ପାଣିପଞ୍ଚାୟତର ଚାଷୀମାନେ ବହୁବାର ଜଳସମ୍ପଦ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ  ଅଧିକାରୀ ଦୃଷ୍ଟି ନ ଦେଇ ଠିକାଦାରଙ୍କ ସହ ସଲାସୁତୁରା କରିଥିଲେ । ଏପରିକି ୫ବର୍ଷ ପରେବି ଅନେକ ସ୍ଥାନରେ ଏହି ଲାଇନିଂ କାମ ସମ୍ପୁର୍ଣ୍ଣ ହୋଇନପାରି ଅଧାପନ୍ତରିଆ ଭାବେ ପଡି ରହିଛି । କିନ୍ତୁ ଏବେ   ଏମ.ଏସ.ଆଇ.ଏଲ ଠିକାସଂସ୍ଥା କେନାଲ କାର୍ଯ୍ୟ ସଂପୂର୍ଣ୍ଣ ନକରି ପଳାଇଥିବାରୁ ଏହି  କାର୍ଯ୍ୟ ସମ୍ପୁର୍ଣ୍ଣ ହେବାନେଇ ଆଶଙ୍କା ପ୍ରକାଶ ପାଇଛି । ଉକ୍ତ ଠିକାସଂସ୍ଥା ୧୭ ମାସରେ କାମ ସଂପୂର୍ଣ୍ଣ କରିବାକୁ ଥିବା ବେଳେ ୫ ବର୍ଷ ଧରି କାମ ସମ୍ପୁର୍ଣ୍ଣ କରିନଥିବାରୁ ଉକ୍ତ ଠିକା ସଂସ୍ଥା ବିରୁଦ୍ଧରେ ବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ବିିଭାଗୀୟ ଅଧିକାରୀଙ୍କ ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଅତିନିମ୍ନମାନର କାର୍ଯ୍ୟ କରିଥିବାରୁ ଉଚ୍ଚ ସ୍ତରୀୟ ତଦନ୍ତ କରାଇ ସଂପୃକ୍ତ ଠିକାସଂସ୍ଥାକୁ  କଳାତାଲିକା ଭୁକ୍ତ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି । ଏ ସମ୍ପର୍କରେ ବିଭାଗୀୟ ସହକାରୀଯନ୍ତ୍ରୀଙ୍କୁ ପଚାରିବାରେ ଆମେ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇ ଦେଇଛୁ  ଯାହା ନିଦେ୍ର୍ଦଶ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ