ଘନଘନ ବିଜୁଳି କାଟ ବନ୍ଦ, ଗରିବ ଓ ଚାଷୀଙ୍କୁ ମାଗଣା ବିଜୁଳି : ଜିଲ୍ଲା କଂଗ୍ରେସ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ପାୱାର କଟ୍ ବନ୍ଦ କରିବା, ଲେ।-ଭେ।ଲଟେଜ୍ ସମସ୍ୟାର ତୁରନ୍ତ ସମାଧାନ, ଓଡ଼ିଅ।ରେ ବିଜୁଳି ବିଲ୍ ପ୍ରଦାନ କରିବା, ଗରିବ ଓ ଚାଷୀଙ୍କୁ ମାଗଣା ବିଜୁଳି, ବିଜୁଳି ସରବରାହ ଜନିତ କ୍ଷତି କମାଇବା ଓ ବିଜୁଳି ଭିତ୍ତି ବିକାଶରେ ଖର୍ଚ୍ଚ ହେ।ଇଥିବା ୨୦ ହଜାର କେ।ଟି ଟଙ୍କା ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ କରି କାଯର୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ନୂଅ। ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ମୁଖପାତ୍ର ରବି ରଥ ସ୍ମାରକପତ୍ର ପ୍ରଦାନ କରିଛନ୍ତିି । ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ଭାବେ ଓଡ଼ିଶା ପରିଚିତ । ଅନ୍ୟ ରାଜ୍ୟମାନଙ୍କୁ ବିଜୁଳି ବିତରଣ ହେଉଛି । କିନ୍ତୁ ରାଜ୍ୟରେ ପଯର୍ୟାପ୍ତ ପରିମାଣର ସୁବିଧା ଥାଇ ମଧ୍ୟ ଓଡ଼ିଶାର ପ୍ରାୟ ୯୫ ଲକ୍ଷ ଉପଭେ।କ୍ତା ଦୈନନ୍ଦିନ ବିଜୁଳି ବିଭ୍ରାଟରେ ହନ୍ତସନ୍ତ ହେଉଛନ୍ତି । ଅ।ଜିକୁ ୨୭ ବର୍ଷ ତଳେ ଏହି ସଂସ୍କାର ଯେତେବେଳେ ଅ।ରମ୍ଭ ହେଲା ସରକାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ରାଜ୍ୟବାସୀଙ୍କୁ ଯେ।ଗାଇ ଦିଅ।ଯିବ । କିନ୍ତୁ ଦୁଃଖର କଥା ନା ବିଜୁଳି ସେବା ଓଡ଼ିଶାରେ ଶସ୍ତା ଓ ସୁଲଭ ମିଳିପାରୁଛି, ନା ଏହା ନିରବଚ୍ଛିନ୍ନ ଗୁଣାତ୍ମକ ହେ।ଇପାରିଛି ? ପଡ଼େ।ଶୀ ଛତିଶଗଡ଼, ଅ।ନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା, ତାମିଲନାଡୁ ଭଳି ରାଜ୍ୟରେ ବିଜୁଳି ଶସ୍ତାରେ ମିଳୁଥିଲା ବେଳେ ବିଜୁଳି ଉତ୍ପାଦକ ରାଜ୍ୟ ଭାବରେ ପରିଗଣିତ ଓଡ଼ିଶାରେ ବିଜୁଳି ବଳକା ହେ।ଇଥିଲା ବେଳେ ଏହା ଅତ୍ୟନ୍ତ ମହଙ୍ଗା ହେ।ଇଛି । ଅ।ମଠାରୁ କେ।ଇଲା କିଣି ବିଜୁଳି ଉତ୍ପାଦନ କରୁଥିବା ଦିଲ୍ଲୀ ଓ ପଞ୍ଜାବ ସାଧାରଣ ଲେ।କଙ୍କୁ ୨୦୦ ୟୁନିଟ୍ ପଯର୍ୟନ୍ତ ମାଗଣା ବିଜୁଳି ଦେଉଥିଲା ବେଳେ ଅ।ମେ କିନ୍ତୁ ଅ।ମ ଚାଷୀଙ୍କୁ ଅ।ଜିଯାଏଁ ମାଗଣା ବିଜୁଳି ଦେଇ ପାରିଲୁ ନାହିଁ । ତେଣୁ ଓଡ଼ିଶାର ୯୨ ଲକ୍ଷ ବିଜୁଳି ଉପଭେ।କ୍ତା ବିଜୁଳି କମ୍ପାନୀମାନଙ୍କର ଅପାରଗତା ଦୁର୍ନୀତି ଓ ଭ୍ରଷ୍ଟାଚାର ଯେ।ଗୁଁ ଓ ପରିଚାଳନା ଗତ ତ୍ରୁଟି ପାଇଁ ପ୍ରତିବର୍ଷ ବିଦ୍ୟୁତ ଶୁଳ୍ପ ବୃଦ୍ଧିର ବେ।ଝ ବେ।ହୁଛନ୍ତି । ଅ।ଜି ବି ଓଡ଼ିଶାରେ ସରବରାହ ଜନିତ କ୍ଷତି ୨୯ ଶତାଂଶ । ଗେ।ଟିଏ ଶତାଂଶ ସରବରାହ ଜନିତ କ୍ଷତି ଅ।ମେ ଯଦି କମ୍ କରିପାରିବା ତାହେଲେ ବାର୍ଷିକ ୧୫୩ କେ।ଟି ଟଙ୍କାର ରାଜସ୍ୱ ସଞ୍ଚୟ ହେ।ଇପାରିବ । ଅର୍ଥାତ୍ ୨୯ ପ୍ରତିଶତ କ୍ଷତି ଯେ।ଗୁଁ ଅ।ମେ ହାରାହାରି ବାର୍ଷିକ ୪ହଜାର ୨୦୦ କେ।ଟି ଟଙ୍କାର ବିଦ୍ୟୁତ ଶୁଳ୍କ ବେ।ଝ ମୁଣ୍ଡାଇ ଚାଲିଛି । ବିଜୁଳି ଭିତ୍ତିଭୂମିର ବିକାଶ ପାଇଁ ବିଗତ ୨୭ ବର୍ଷ ଭିତରେ ୨୦ ହଜାର କେ।ଟି ଟଙ୍କା ଖର୍ଚ୍ଚ ହେ।ଇଥିଲେ ବି ରାଜ୍ୟବାସୀ ଗୁଣାତ୍ମକ ବିଜୁଳି ସେବା ପାଇପାରୁନାହାନ୍ତି । ଟାଟା କମ୍ପାନୀ ଏହି ଦାୟିତ୍ୱ ନେବା ପରେ ପୂର୍ବରୁ ବିଦ୍ୟୁତ ବିଭାଗରେ କାଯର୍ୟରତ ପ୍ରାୟ ୩ ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଏଥିପାଇଁ ବହୁବାର ଅ।ନ୍ଦେ।ଳନ ହେ ।ଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ତେଣୁ ଅ।ପଣ ଏ ଦିଗରେ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବେ ବେ।ଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି ।


