ବାଲ୍ୟ ବିବାହ ବନ୍ଦ ନିମନ୍ତେ ଓଡିଶା ଜିବିକା ମିଶନ ର କର୍ମକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆର୍.ଉଦୟଗିରି ବ୍ଲକ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ୫୧ ଜଣ ଓଡିଶା ଜିବିକା ମିଶନ ର କର୍ମକର୍ତ୍ତା ତଥା ଏମବିକେ, ସିଆରପି ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ନେତ୍ରୀମାନେ ଉପସ୍ଥିତ ରହିଥିଲେ । ଆକ୍ସନଆଡ୍ଡ ର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର ସେମାନଙ୍କୁ ବାଲ୍ୟବିବାହ ବିଷୟ ବସ୍ତୁ ଉପରେ ଅବଗତ କରିବା ସହ ଓଡିଶା ଜିବିକା ମିଶନର କର୍ମକର୍ତ୍ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ଓ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶ୍ରୀ ମେହେର ବାଲ୍ୟ ବିବାହ ଦ୍ଵାରା ଶିଶୁ ର ଅଧିକାର କ୍ଷୁର୍ଣ୍ଣ ହୋଇଥାଏ, ଶିଶୁଟି ଉଚ୍ଚ ଶିକ୍ଷିତ ହେବାରେ ବଞ୍ଚିତ ହୋଇଥାଏ, ମାନସିକ ନିର୍ଯାତନା ର ଶିକାର ହୋଇଥଏ, ନିଜେ ନିସ୍ପତି ନେବାରୁ ବଞ୍ଚିତ ହୋଇ ଥାଏ ଓ ପରିବାର ର ସାମାଜିକ ଓ ଆର୍ଥିକ ସ୍ଥିତି ଦୃର୍ବଳ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଅବଗତ କରେଇ ଥିଲେ l ଏହି ଅନ୍ଧବିଶ୍ୱାସକୁ ଦୂର କରିବା ନିମନ୍ତେ ସରକାର ୨୦୦୬ ମସିହାରୁ ବାଲ୍ୟବିବାହ ନିଷେଧ ଆଇନ ପ୍ରଣୟନ ହୋଇଛି l ଏହା ସହିତ ବାଲ୍ୟବିବାହ ହୋଇଥିବା ସ୍ଥାନ ଓ ବ୍ୟକ୍ତି ସଂମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଆଗୁଆ ତଥ୍ୟ ପ୍ରଦାନ କରିବା ନିମନ୍ତେ ଜଣାଇ ଦିଆଗଲା l ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ପରିବାର ଗଡିକରେ ଶିଶୁମାନଙ୍କୁ କିପରି ସୁରକ୍ଷା ଯୋଗାଇବା, ଶିଶୁମାନଙ୍କର ମୌଳିକ ଅଧିକାରକୁ ବଞ୍ଚାଇ ରଖିବା ଆମର ଶିଶୁମାନଙ୍କୁ କିପରି ଯୌନ ନିର୍ଯ୍ୟାତନାରୁ ଶିକାରରୁ ସୁରକ୍ଷିତ ରଖିବା ସହିତ ଦକ୍ଷ ପିତାମାତା ପ୍ରସ୍ତୁତି ନିମନ୍ତେ ଦକ୍ଷତା ବୃଦ୍ଧି କରାଯାଇ ଥିଲା । ସଖୀ ୱାନ୍ ଷ୍ଟପ୍ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ସକ୍ଷୀ ଦ୍ଵାରା ଯୋଗାଇ ଦିଆଯାଉଥିବା ସେବା ବିଷୟରେ ଅବଗତ କରେଇ ଥିଲେ | ଏହି କାର୍ଯ୍ୟକ୍ରମରେ ଝୁନୂ ବେହେରା (ସମିତି ସଭ୍ୟା, ଆର୍. ଉଦୟଗିରି) , ଆକ୍ସନଆଡ୍ଡର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର, ୱାନ୍ ଷ୍ଟପ୍ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଭାଗ୍ୟଲକ୍ଷ୍ମୀ ନାୟକ, ଜିଲ୍ଲା ସଂଯୋଜିକା ସ୍ଵୟମ କାର୍ଯ୍ୟକ୍ରମରଶିବାନୀ ପାଣିଗ୍ରାହୀ, ବିଏସଏସଓ ଅରୁଣ କୁମାର ଉଦୟଭାନୁ, ଓଏଲ୍ଏମ୍ ବିପିଏମ୍ ରଜନୀକାନ୍ତ ପଣ୍ଡା ଉପସ୍ଥିତ ରହିଥିଲେ ।


