କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବିରେ ବ୍ଲକ୍‌ସ୍ତରରେ ସଂଗଠନ ପାଇଁ ନିଷ୍ପତ୍ତି

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବିରେ ଗଠିତ କ୍ରିୟାନୁଷ୍ଠାନ ସମିତିର ମାସିକ ବୈଠକରେ ହରନାରାୟଣ ମଢ଼ୁଆଳ ଅଧ୍ୟକ୍ଷତା କରିଥିଲେ । ଅବସରପ୍ରାପ୍ତ କର୍ମଚାରୀ ସଂଘ ଗୃହରେ ରବିବାରଦିନ ପୂର୍ବାହ୍ନରେ ଅନୁଷ୍ଠିତ ବୈଠକରେ ଆବାହକ ତଥା କୃଷି ବୈଜ୍ଞାନିକ ଡ. କେଶବ ଚରଣ ପଣ୍ଡା ସମିତି ପକ୍ଷରୁ ଗତ ଏକମାସ ମଧ୍ୟରେ ଏହି ଦାବି ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ବାଲେଶ୍ୱର ଜିଲ୍ଲା ପରିଷଦର ଗତ ବୈଠକରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବିକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିଥିବାରୁ ଖୁସିବ୍ୟକ୍ତ କରିଥିଲେ । ପ୍ରତି ବ୍ଲକ୍ ସ୍ତରରେ କୃଷକ, କୃଷିଶ୍ରମିକ ଓ ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ସଂଗଠିତ କରି ସ୍ଥାନୀୟ ପ୍ରଶାସକଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବିର ଯଥାର୍ଥତା ଦର୍ଶାଇ ଆବେଦନପତ୍ର ଦେବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ବିଧାନସଭା ଅଧିବେଶନ ସମୟରେ ବାଲେଶ୍ୱରର ମାନ୍ୟବର ବିଧାୟକମାନେ ଓ ଉତ୍ତର ଓଡ଼ିଶାର ଅନ୍ୟ ଜିଲ୍ଲାର ବିଧାୟକମାନେ ଉତ୍ତର ଓଡ଼ିଶାର ପ୍ରମୁଖ ସ୍ଥାନ ବାଲେଶ୍ୱର ଜିଲ୍ଲାରେ କୃଷିର ବିକାଶ ପାଇଁ କୃଷିଭିତ୍ତିକ ଶିକ୍ଷାନୁଷ୍ଠାନ ଓ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ନିମିତ୍ତ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବୈଠକରେ ନିବେଦନ କରାଯାଇଛି । ସର୍ବଶ୍ରୀ ଇଂ. ବନମାଳୀ ନାୟକ, ନିରଞ୍ଜନ ପରିଡ଼ା, ଇଂ. ସୁରେନ୍ଦ୍ରନାଥ ଦାସ, ପ୍ରଫୁଲ୍ଲ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ସୁଧିର ପ୍ରଧାନ, କ୍ଷିତିଶ୍ୱର ଦାଶ, ବିଷ୍ଣୁପଦ ଭୌମିକ, ଉଦୟ ରଂଜନ ଦାସ, ସଚିନ୍ଦ୍ର ଦାସ, ଭାସ୍କର ଚନ୍ଦ୍ର ପାଢ଼ୀ, ଅନନ୍ତ ପଟ୍ଟନାୟକ, ଇଂ. ଗୌରାଙ୍ଗ ସାହୁ, ବେଣୁଧର ବାରିକ, ଅଜୟ କର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସପନ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ