ରଥ ନିର୍ମାଣ କାର୍ଯ୍ୟ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କଲେ ଜିଲ୍ଲାପାଳ ଏବଂ ଜିଲ୍ଲାଆରକ୍ଷୀ ଅଧିକ୍ଷକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ରଥଯାତ୍ରା ପାଇଁ ଆଉ ୪ଦିନ ବାକି ରହିଛି । ଏଥିଲାଗି ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀଅଧିକ୍ଷକ ଜୟରାମ ଶତପଥୀ, ସହକାରୀ ଜିଲ୍ଲାପାଳ ଜୁବୁଲୀଚରଣ ବେହେରା ପ୍ରମୁଖ ରଥନିର୍ମାଣ କାର୍ଯ୍ୟର ତଦାରଖ କରିଥିବାର ଜଣାପଡିଛି । ସେହିପରି ଶୃଙ୍ଖଳିତ ଭାବେ ଯାତ୍ରା କିପରି ପରିଚାଳନା ହେବ ସେ ନେଇ ଆଲୋଚନା କରିବା ସହ ଟ୍ରାଫିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଆଦି ଉପରେ ବିଭିନ୍ନ ଅଧିକାରୀ ଓ ରଥଯାତ୍ରା କମିଟି ସହ ଆଲୋଚନା କରିଥିବାର ଦେଖିବାକୁ ମିଳିଥିଲା । ସୂଚନା ଯୋଗ୍ୟ ଯେ, କୋରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ରଥଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏହା ଅନୁଷ୍ଠିତ ହେବ । ଦୁଇବର୍ଷ ବ୍ୟବଧାନରେ ରଥଯାତ୍ରା ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଠାରୁ ଆରମ୍ଭ କରି ପୂଜକ ଯାଏଁ ସମସ୍ତେ ଉତ୍ସାହିତ ହୋଇପଡିଛନ୍ତି । ତେଣୁ, ଚଳିତ ବର୍ଷ ଯାତ୍ରାରେ ପ୍ରବଳ ଭିଡ ହେବା ନିଶ୍ଚିତ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ରଥଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି । ପାରଳା ରଥଯାତ୍ରାରେ ଗଜପତି ଜିଲ୍ଲା ସମେତ ଏହାର ଆଖପାଖ ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ର ପ୍ରଦେଶର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳା ଏବଂ ଆକର୍ଷଣୀୟ ଭାବେ ପାଳନ କରାଯିବ ସେଥିପାଇଁ ରଥଯାତ୍ରା କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥାଏ । ଚଳିତ ବର୍ଷ ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ତିନି ରଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥଇବାର ଲକ୍ଷ୍ୟ କରାଯାଇଛି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ