ବିଜେପି ର ପୂର୍ବତନ ସଭାପତି ନନ୍ଦ କିଶୋର ସାହୁ ୭୮ ବର୍ଷ ବୟସରେ ଆଜି ଇହଲୀଳା ସମ୍ବରଣ କରିଛନ୍ତି
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ଭାରତୀୟ ଜନ ସଂଘ ଓ ବିଜେପି ର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ନନ୍ଦ କିଶୋର ସାହୁ ୭୮ ବର୍ଷ ବୟସରେ ଆଜି ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି I ସ୍ୱର୍ଗତ ସାହୁ ଜଣେ ମିଷ୍ଠଭାସୀ, ପରୋପକାରୀ, ସରଳ,ନମ୍ର, ଏବଂ ଶାନ୍ତ ସ୍ୱଭାବର ବ୍ୟକ୍ତିତ୍ୱ ଥିଲେ । ସେ ସଂଘ ପରିବାରରୁ ଆସି ଜନସଂଘରେ ଯୋଗ ଦେଇଥିଲେ । ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହେବା ପରେ ସ୍ୱର୍ଗତ ସାହୁ ଗଞ୍ଜାମ ଜିଲ୍ଲା ବିଜେପିର ପ୍ରଥମ ସଭାପତି ହେଇଥିଲେ । ଗଞ୍ଜାମ ଜିଲ୍ଲାରେ ଦଳୀୟ ସଂଗଠନକୁ ମଜବୁତ୍ କରିବାରେ ତାଙ୍କର ଆଜୀବନ ଭୂମିକା ଅତୁଳନୀୟ । ସେ ଜଣେ ଶୢଙ୍ଖଳିତ ରାଜନେତା ଭାବେ ସମଗ୍ର ଗଞ୍ଜାମ ଜିଲ୍ଲାରେ ପରିଚିତ । ସ୍ୱର୍ଗତ ସାହୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ବେଳେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ୍ ଯୋଗେ ସ୍ୱର୍ଗତ ନନ୍ଦ କିଶୋର ସାହୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଦଳୀୟ ସଂଗଠନ ଉପରେ ଆଲୋଚନା କରିଥିଲେ I ଆଜି ତାଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ,ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ସେମାନଙ୍କ ଶୋକ ବାର୍ତ୍ତାରେ ଦଳ ଜଣେ ଦକ୍ଷ ଓ ଅନୁଭବୀ ନେତାଙ୍କୁ ହରାଇଲା ବୋଲି ଜଣେଇବା ସହ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି । ଆଜି ଏହି ଦୁଃଖଦ ଖବର ଶୁଣି ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ବରିଷ୍ଠ ବିଜେପି ନେତା ପାର୍ଥ ଦଳାଇ, ସତୀଶ ପାତ୍ର,ପୂର୍ବତନ ଜିଲ୍ଲା ସଭାପତି କୁଞ୍ଜ ବିହାରୀ ପାଣିଗ୍ରାହୀ, ଶିଶିର ପାଢୀ,କାହ୍ନୁ ଚ଼ରଣ ପତି, ସରୋଜ ସାବତ,ସଂଘର କାର୍ଯ୍ୟକର୍ତ୍ତା ନାରାୟଣ ପଣ୍ଡା, ଅଶୋକ ପାଳ, ରମାକାନ୍ତ ରଥ,ବିଜେପି ଜିଲ୍ଲା ପଦାଧିକାରୀ ମନୋଜ ପଟ୍ଟନାୟକ, ରାମ କୁମାର ପାତ୍ର,ପ୍ରଭାତ କିରଣ ଷଡଙ୍ଗୀ,ଏନ୍.ରାଜେନ୍ଦ୍ର କୁମାର, ଗଙ୍ଗାଧର ଶତପଥୀ,ରାଜେଶ ସାହୁ, ବିଷ୍ଣୁ ସୁବୁଦ୍ଧି,ସୁନିଲ କୁମାର ସାହୁ,ଡଃ ଅମୂଲ୍ୟ ଚୌଧୁରୀ,କର୍ପୋରେଟର ନୀଳକଣ୍ଠ ସାହୁ, ଡ଼ି.କରୁଣାକର, ରଞ୍ଜିତା ବେହେରା,ସଂଘ ଓ ବିଜେପିର ଯୁବ କାର୍ଯ୍ୟକର୍ତ୍ତା ଶିବ ଶଙ୍କର ଶତପଥୀ,କିରଣ ସାହୁ, ଜଗଦୀଶ ଦଳାଇ,ତୁତୁନ୍ ପାତ୍ର, କମଳ ପାତ୍ର,ରାମନାଥ ଗନ୍ତାୟତ, ଗଜେନ୍ଦ୍ର ଚୌଧୁରୀ ପ୍ରମୁଖ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ସ୍ୱର୍ଗତ ନନ୍ଦ କିଶୋର ସାହୁଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ I