ଶିଶୁଙ୍କ ସୁରକ୍ଷା ପ୍ରତି ନୂତନ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :- କନ୍ଧମାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ  ନୂତନ ଜିଲାପାଳ ଆଶିଷ୍‍ ଈଶ୍ୱର ପାଟିଲଙ୍କ ଉପସ୍ଥିତିରେ ଶିଶୁ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍‍ ଶିଶୁ ସୁରକ୍ଷା ନେଇ ଜିଲ୍ଲାରେ ଚାଲିଥିବା ଆର୍ଶିବାଦ ଯୋଜନା, ବିଜୁ ଶିଶୁ ସୁରକ୍ଷା ଓ ପି.ଏମ୍‍ କେୟାର ଭଳି ଅନେକ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲାପାଳ ଜିଲାରେ ଶିଶୁମାନେ ଯେପରି ସୁରକ୍ଷିତ ରହିପାରିବେ ଓସେମାନଙ୍କ ର ଯତ୍ନ ନେବା ଦିଗରେ ସ୍ୱେଚ୍ଛାସେବୀ ସଂଗଠନ ଓ ଅଭିଭାବକ ଓ ହଷ୍ଟେଲରେ ରହୁଥିବା ଶିଶୁମାନଙ୍କୁ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଦୃଷ୍ଟିଦେବା ଉପରେ ଗୁରୁତ୍ୱ ଦେଇ ଥିଲେ । ସେହିଭଳି ବାଲ୍ୟ ବିବାହ ରୋକିବା, ଶିଶୁ ଚାଲାଣ, ଶିଶୁ ଶ୍ରମିକ ପ୍ରତି ନିଜର ରଖିବା ଲାଗି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ