ସୁମୋ ଏବଂ କେଟିଏମ୍ ବାଇକ୍ ମୁହାଁମୁହିଁ : ଦୁଇ ଗୁରୁତର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ବୁଡକୁଲେଇବିରା ଗ୍ରାମ ଛକରେ ବୁଧବାର ପୂର୍ବାହ୍ନରେ ଟାଟା ସୁମୋ ସହ କେଟିଏମ ବାଇକ୍ ମୁହାଁମୁହିଁ ଘଟଣାରେ ବାଇକରେ ଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଗାଡ଼ି ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦୁଇ ଜଣଙ୍କର ନାମ ହେଲା ବିନ୍ଦୁ ଵେଶ୍ରା (୨୦) ଏବଂ ମାଝିଆ ମୁର୍ମୁ (୨୨) ଘର ଯାମଦା ଥାନା ଅନ୍ତର୍ଗତ ଭଗାବେଡା ଗ୍ରାମ । ସେମାନଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ହୋଇଛି । ପରିସ୍ଥିତି ଗୁରୁତର ଯୋଗୁଁ ସେମାନଙ୍କୁ ବାରିପଦା ପି ଆର ଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସୁମୋ ଗାଡ଼ିଟି ଧକ୍କା ଦେଇ ଖସି ପଳାଇଛି । ପୋଲିସ ତଦନ୍ତ କରୁଛି ।


