ତହସିଲରେ ଜାଲ ରସିଦ ଦେଇ ଚାଳାଣ କାଟିବା ଘଟଣା : ଥାନାରେ ମାମଲା       

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ତହସିଲରେ ଜାଲ ରସିଦଦେଇ ଚାଲାଣ କାଟିବା ଘଟଣାରେ ହାଟଡିହି ତହସିଲଦାର ତତ୍କାଳୀନ ନାଜର ଶ୍ରୀକାନ୍ତ ଯେନା ଓ ଚେନମ୍ୟାନ ଅଭିମନୁ୍ୟ ଭୂୟାଁଙ୍କ ନାମରେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ନନ୍ଦିପଦା ପୁଲିସ ଥାନା କେସନଂ ୧୩୭/୨୦୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଏଠାରେ ସୁଚନାଯୋଗ୍ୟ ଯେ ହାଟଡିହି ତହସିଲ ପକ୍ଷରୁ ଏକ ଟ୍ରାକ୍ଟରକୁ ଜବଦ କରାଯାଇ ତା ନିକଟରୁ ୪୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଟ୍ରାକ୍ଟର ମାଲିକଙ୍କୁ ଏନେଇ ଅସଲି ରସିଦ ଦିଆଯାଇଥିଲା । କିନ୍ତୁ ପରବର୍ତ୍ତି ସମୟରେ ଜାଲ ରସିଦ ମାଧ୍ୟମରେ ସେହି ସମାନ ନମ୍ବରରେ ୪ହଜାର ଟଙ୍କା ଜୋରିମାନା ଆଦାୟ ଦର୍ଶାଯାଇ ୩୬ହଜାର ଟଙ୍କାକୁ ଆତ୍ମସାତ କରିଥିଲେ । ଏନେଇ ସାମାଜିକ କର୍ମୀ ହିମାଂଶୁ ନାୟକ ଲୋକାୟୁକ୍ତରେ ମାମଲା ଦାୟର କରିବାପରେ ଲୋକାୟୁକ୍ତରେ ଏବେ ଏହାର ବିଚାର ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ