ଯୁବ ଆଇନଜୀବୀଙ୍କ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ସ୍ୱର୍ଗତ ନୃସିଂହ ପ୍ରସାଦ ଦାଶଙ୍କ ପୁତ୍ର ଯୁବ ଆଇନଜୀବୀ ଅମରେନ୍ଦ୍ର ଦାଶଙ୍କ ୫୭ବର୍ଷ ବୟସରେ ଏକ ସଡକ ଦୂର୍ଘଟଣାରେ ପରଲୋକ ହୋଇଯାଇଛି । ଗତ ୨୩ତାରିଖ ରାତି ସାଢେ ୧୦ଟା ସମୟରେ ଅମରେନ୍ଦ୍ର ସ୍କୁଟି ଯୋଗେ ଭଡାଘର କଟକ ସହରସ୍ଥିତ ନୂଆବଜାରକୁ ଫେରୁଥିବା ବେଳେ ପ୍ରେସଛକ ନିକଟରେ ତାଙ୍କ ସ୍କୁଟିକୁ ଅନ୍ୟ ଏକ ବାଇକ ଧକ୍କା ଦେଇଥିଲା । ଫଳରେ ସେ ସ୍କୁଟିରୁ ଛିଟକି ପଡି ରୋଡ ଡିଭାଇଡରରେ ପିଟି ହୋଇଯାଇଥିଲେ । ମଧୁପାଟଣା ଥାନା ପୋଲିସ ତାଙ୍କୁ ମୁର୍ମୁଷ ଅବସ୍ଥାରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଗତ ୨୭ତାରିଖ ସକାଳ ସାଢେ ୫ଟା ସମୟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଲିସ ତାଙ୍କ ଶବ ଜବତ କରି ବ୍ୟବଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଥିଲା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ହିମାଂଶୁରଞ୍ଜନ ମୁଖାଗ୍ନି ଦେଇଥିଲେ । ତାଙ୍କର ବିଧବା ପତ୍ନୀ ଓ ୨୩ ଏବଂ ୧୮ବର୍ଷର ଦୁଇଟି ପୁଅ ଅଛନ୍ତି । ସ୍ୱର୍ଗତ ଦାଶ ଓଡିଶା ଉଚ୍ଚ ନ୍ୟାୟାଳୟରେ ଜଣେ କାର୍ଯ୍ୟରତ ଆଇନଜୀବୀ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ