ଆଦର୍ଶ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ନିବାସୀ ଶିକ୍ଷକ ପିତବାସ ସାମଲଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଗାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ଏକୁମରା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳଠାରେ କର୍ତ୍ତବ୍ୟରତ ଥିଲେ । ପିତବାସ ସାମଲ ଗତ ୨୦୦୩ ମସିହାରେ ମୋହନା ବ୍ଲକର ଆନ୍ଧିରିଗୁଡା ପ୍ରାଥମିକ ବିଦ୍ୟାଳୟରେ ଯୋଗଦେଇଥଇବା ବେଳେ ୨୦୦୬ ମସିହାରେ ଗୋଷାଣୀ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସିଆରସି ଭାବେ ୨୦୧୯ପର୍ଯନ୍ତ ଅବସ୍ଥାପିତ ଥିଲେ । ତେବେ ସେ ଏକୁମରା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଠାରେ ୨୦୧୯ ମସିହାଠାରୁ ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ । ବିଦାୟ ସମ୍ବର୍ଦ୍ଧନା ସମୟରେ ଦାୟିତ୍ୱରେ ଥିବା ଗୋଷାଣୀ ବିଇଓ ଆଦିକନ୍ଧ ଗମାଙ୍ଗ, ଏବିଇଓ ଶିବାଜୀ କହଁର, ଜିଲ୍ଲା ଶିକ୍ଷକ ସଂଘର ସମ୍ପାଦକ ମନୋଜ ଗନ୍ତାୟତ, ସଂଘ ସଭ୍ୟ ରାମଚନ୍ଦ୍ର ମିଶ୍ର, ସିଆରସି ତାରେକେଶ୍ୱର ଜେନ୍ନା, ଗୋଷାଣୀ ସରପଞ୍ଚ ବି.ମୋହନ ରାଓ, ଶିକ୍ଷକ ରାଜେନ୍ଦ୍ର ପାଣି, ଜଗଦିଶ ପାତ୍ର (ଜିତୁ) ଜିଲ୍ଲା ସଭ୍ୟ କୌଳାଶ ସାହାନି, ଟି. କ୍ରିଷ୍ଣା, ତିରୁମଲା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଶ୍ରୀ ସାମଲଙ୍କ କର୍ତ୍ତବ୍ୟ ନିଷ୍ଠା ଏବଂ ଶିକ୍ଷକତା, ଶାନ୍ତପ୍ରିୟ ବ୍ୟକ୍ତିତ୍ୱ ଆଦି ଉପରେ ବକ୍ତବ୍ୟ ରଖିଥିଲେ । ଶ୍ରୀ ସାମଲଙ୍କୁ ପୁଷ୍ପ ଗୁଚ୍ଛ ଦେବା ସହ ଉପଢୌକନ, ମାନପତ୍ର, ଭାଗବତ ଗୀତା ଆଦି ପ୍ରଦାନ କରାଯାଇଥିଲା ।


