ଭିନ୍ନକ୍ଷମ ଛାତ୍ରୀଙ୍କୁ ମିଳୁନି ବାଣିଶ୍ରୀ ସହାୟତା : ବର୍ଷେ ହେଲା ବ୍ଲକ ଦୌଡୁଛନ୍ତି ବାପା ଓ ମା 

ହାଟଡିହି, (ବିକାଶ ବିଶ୍ୱାଳ) :-ସରକାର ଭିନ୍ନକ୍ଷମ ମେଧାବୀ ଛାତ୍ରଛାତ୍ରୀଙ୍କୁ ବାଣିଶ୍ରୀ ଯୋଜନାରେ ସାମିଲ କରି ଯୋଗାଇ ଦେଉଛନ୍ତି ପ୍ରୋତ୍ସାହନ ରାଶି । କିନ୍ତୁ ହାଟଡିହି ବ୍ଲକ ରେ ଜଣେ ଭିନ୍ନକ୍ଷମ ଛାତ୍ରୀଙ୍କୁ ଦୁଇବର୍ଷ ହେଲା ବାଣିଶ୍ରୀ ଅନୁଦାନ ମିଳୁ ନଥିବାବେଳେ ଛାତ୍ରୀର ବାପା ଓ ମା ବ୍ଲକ ଦୌଡି ଦୌଡି ନୟାନ୍ତ ହେଲେଣି । ଏପରି ଅଭିଯୋଗ ଆଣିଛନ୍ତି ଜମ୍ଭୀରା ପଞ୍ଚାୟତର ବନମାଳୀ ସେଠୀ ଓ ତିଳୋତ୍ତମା ସେଠୀ ।  ସେମାନଙ୍କ ଅଭିଯୋଗ ଅନୁଯାଇ  ସେମାନଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଝିଅ ସନ୍ଧ୍ୟାରାଣୀ ସେଠୀ ଜମ୍ଭୀରା ବଳଭଦ୍ର ନୋଡାଲ ସ୍କୁଲରେ ୭ମଶ୍ରେଣୀ ପଢ଼ୁଛି । ପୁର୍ବରୁ ସେ ବାଣିଶ୍ରୀ ଯୋଜନାରେ ବାର୍ଷିକ ସହାୟତା ଯଙ୍କା ଠିକ ଭାବରେ ପାଉଥିବାବେଳେ କରୋନା ପରେ ଆଉ ପାଉ ନାହାନ୍ତି । ଏନେଇ ସେ ବ୍ଲକକୁ ବାରମ୍ବାର ଆସୁଥିବାବେଳେ ବ୍ଲକର ଏହି ବିଭାଗର ଜଣେ କର୍ମଚାରୀ ତାଙ୍କୁ ଭୁତେଇ ଚାଲିଛନ୍ତି । ଆଜି ଯିବ କାଲି ଯିବ କହି ଗୋଟିଏ ବର୍ଷ ଚଲାଇବା ପରେ ପୁଣି ଏବ କହିଲେ ଅଡିଟ ଚାଲିଛି, ସପ୍ତାହେ ପରେ ଆସ । ସପ୍ତାହେ ନୁହଁ ମାସେ ପରେ ଆସିବାପରେ କହିଲେ କି ଦୁଇଦିନ ପରେ ଆସି ଏକାଉଣ୍ଟ ଚେକ୍ କରିବ ବୋଲି କହିଲେ । ଆଜି ଆସିବା ବେଳକୁ ନାଁ ହୋଇନି ବୋଲି କହୁଛନ୍ତି । ଏହା କଣ ବାଣିଶ୍ରୀ ଯୋଜନାର ସଫଳ ରୁପାୟନ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ