ବିଭିନ୍ନ ଦୁର୍ନ୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପକ୍ଷରୁ  ବିଡିଓଙ୍କୁ ଦାବିପତ୍ର ପ୍ରଦାନ 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକରେ ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନ୍ନୀତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିନେଇ ବିଜେପି ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ହାଟଡିହି ବ୍ଲକ ଏବେ ଦୁର୍ନ୍ନୀତିର ଗନ୍ତାଘର ପାଲଟିଛି । ବିଭିନ୍ନ ସରକାରୀ ଯୋଜନାକୁ ବାଟମାରଣା କରିବା ଏବେ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇ ଯାଇଛି । ଆମ୍ବୋ ପଞ୍ଚାୟତରେ ଗତ ତିନିବର୍ଷ ତଳେ ଏକ ଆମ ଗାଁ ଆମ ବିକାଶ ଯୋଜନାରେ ଘର ନିର୍ମାଣ କରି ଘରର ଛାତ ନପକାଇ ସମସ୍ତ ବିଲ ଉଠାଇ ନେଇଥିଲେ କନିଷ୍ଠଯନ୍ତ୍ରୀ ମନୋଜ ବେହେରା । ବାହାରୁ ଦେଖିଲେ କେହି ଜାଣି ପାରିବେ ନି ଯେ ଛାତ ପଡି ନାହିଁ ବୋଲି । ଏହି ଦୁର୍ନ୍ନୀତି ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଯନ୍ତ୍ରୀ ଜଣକ ତରବରିଆ ଭାବେ ରାତାରାତି ଛାତ ପକାଇ ଦେଲେ । କିନ୍ତୁ ତାଙ୍କ ବିରୁଦ୍ଧରେ ଏନେଇ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ବିଜେପି ପକ୍ଷରୁ ଦାବିପତ୍ରରେ ଉଲେଖ କରାଯାଇଛି । ସେହିପରି ମରୈଗାଁ ପଞ୍ଚାୟତରେ ପୁର୍ବତନ ସରପଞ୍ଚ ଓ ପିଇଓ ପଞ୍ଚାୟତରୁ ଲକ୍ଷ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଉଠାଇ ନେଇଥିବା ବେଳେ ଆଜି ପର୍ଯ୍ୟନ୍ତ ସମସ୍ତ ଟଙ୍କା ସେମାନଙ୍କ ଠାରୁ ଆଦାୟ ହୋଇପାରିଲାନାହିଁ । ଏନେଇ ତଦନ୍ତ କରାଯାଇ ତଦନ୍ତ ରିପୋର୍ଟ ଦିଆଯାଇଥିଳେବି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ବ୍ଲକ ପ୍ରଶାସନ  ଟାଳଟୁଳ ନୀତି ଅବଲମ୍ବନ କରୁଛି ସେନେଇ ବିଜେପି ପ୍ରଶ୍ନ ଉଠାିଛି । ସେହିପରି କଳିଗାଁ ପଞ୍ଚାୟତରେ ଅନେକ ମୃତ ହିତାଧିକାରୀଙ୍କ ଭତ୍ତା ଟଙ୍କାକୁ ଆତ୍ମସାତ କରାଯାଉଥବବାବେଳେ ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଳେବି ଆଜି ପର୍ଯ୍ୟନ୍ତ ଏନେଇ କୌଣସି ତଦନ୍ତ କରାଗଲା ନାହିଁ କି ସଂପୃକ୍ତ ପିଇଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଖାଲି କଳିଗାଁ ନୁହଁ ଅନେକ ପଞ୍ଚାୟତରେ ଏପରି ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଣ କରାଯାଇ ସରକାରୀ ଅନୁଦାନକୁ ଆତ୍ମସାତ କରାଯାଇଥିଲେବି ସେନେଇ କୌଣସି ତଦନ୍ତ ହୋଇପାରୁନି । ବିୋଷକରି ବ୍ଲକର କିଛି କର୍ମଚାରୀ ଏହି ଭତ୍ତା କାରବାରରେ ସଂପୃକ୍ତ ଅଛନ୍ତି ବୋଲି ବିଜେପି ନେତା ଆଲୋକ ସେଠୀ ଅଭିଯୋଗ କରିଛନ୍ତି । ଯଦି ବ୍ଲକ ପ୍ରଶାସନ ଏନେଇ କୌଣସି ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମି ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ସେ ଚେତାବନୀ ଦେଇଛନ୍ତି । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନି, କୈଳାଶ ସାମଲ, ବଳଭଦ୍ର ବାରିକ, ଶ୍ରୀକାନ୍ତ ଭୋଳ, ଦୀନବନ୍ଧୁ ମହାନ୍ତି, ଗୋପାଳକୃଷ୍ଣ ସେନାପତି ପ୍ରମୁଖ ସାମିଲ ହୋଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ