ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଅନୁଷ୍ଠିତ
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ର ସୋସୋ ଗ୍ରାମ ପଂଚାୟତର ମରଚାଇପଦା ଗ୍ରାମରେ ପ୍ରତିବର୍ଷ ଉନ୍ମାଦନାସ ସହ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଅନୁଷ୍ଠିତ ହୋଇଥାଏ । ଉତ୍ତରରେ ସାଳନ୍ଦୀ ନଦୀ ଦକ୍ଷିଣରେ ସାଳନ୍ଦୀ କେନାଲ ମଝିରେ ସୋସୋ କାନପୁର ମରାଚାଇ ପଦା ଗ୍ରାମ ଏହି ଗ୍ରାମରେ ପ୍ରତିବର୍ଷ ପାଳିତ ହୋଇଥାଏ ରାମ ସୀତା ବିବାହ ଉତ୍ସବ । ଏହାଛଡ଼ା ଏହି ଗ୍ରାମ ଏକ ଆଧ୍ୟାତ୍ମିକ ଗ୍ରାମ ଭାବେ ବେଶ ଜଣାଶୁଣା । ଏହି ଗ୍ରାମରେ ପୂଜା ପାଉଛନ୍ତି ବାଲୁକେଶ୍ୱର, ମା ମରାଚାଇ, ଶ୍ରୀ ଶ୍ରୀ ବାବା ହନୁମାନ ଏବଂ ଶନି ମହାରାଜ । ଆଧ୍ୟାତ୍ମିକ ଭାବରେ ପରମ ସନ୍ତୋଷ ଅନୁଭବ କରିଥାନ୍ତି ଗ୍ରାମର ଲୋକେ। ମା’ ମରଚାଇଙ୍କ ନାମାନୁସାରେ ଗ୍ରାମର ନାଁ ‘ମରଚାଇପଦା’ ରଖାଯାଇଛି । ଗ୍ରାମର ବିଭିନ୍ନ ସାମାଜିକ କାର୍ୟ୍ୟ ପାଇଁ ରହିଛି କଲ୍ୟାଣ ମଣ୍ଡପ । ଶ୍ରୀଗୁଣ୍ଡିଚା ଠାରୁ ଆରମ୍ଭ ହୋଇଥାଏ ଗ୍ରାମରେ ନବ ଦିନାତ୍ମକ ପାରାୟଣ ପ୍ରବଚନ। ତୃତୀୟ ଦିନରେ ଅନୁଷ୍ଠିତ ହୋଇଥାଏ ଶିଵ ପାର୍ବତୀଙ୍କ ପାରମ୍ପରିକ ରୀତିନୀତି ରେ ବିବାହ ଉତ୍ସବ।ବହୁ ଭକ୍ତ ସମାବେଶରେ ଶଙ୍ଖ ହୁଳହୁଳି ନାଦରେ କମ୍ପି ଉଠିଥାଏ ଗାଁ ଦାଣ୍ଡ।ଭଜନ କୀର୍ତ୍ତନରେ ମଜି ଥାନ୍ତି ଭକ୍ତ ବୃନ୍ଦ । ବହୁ ଲୋକେ ଗାଁରେ ଦେବାଦେବୀଙ୍କ ସାନିଧ୍ୟ ଲାଭ କରି ଗାଁରେ ଭାଇଚାରା ବଜାୟ ରଖିବା ସହ ସୃଜନଶୀଳ ବାତାବରଣ ସୃଷ୍ଟିରେ ସନ୍ତୁଷ୍ଟ ଥିବାର ପରିଲକ୍ଷିତ ହୋଇଥାଏ । ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥାଏ ଏହି ଆଧ୍ୟାତ୍ମିକ କାର୍ୟ୍ୟକ୍ରମ ।