ଦକ୍ଷତା ଭିତ୍ତିକ  ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦକ୍ଷତା ଭିତ୍ତିକ  ଜିଲ୍ଲା ସ୍ତରୀୟ ବକୃତା, ପ୍ରବନ୍ଧ, କବିତା ଆବୃତ୍ତି, ଏବଂ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡ଼ିଆ ଅନୁବାଦ ପ୍ରତିଯୋଗିତା ହୋଇଯାଇଛି । ଜିଲ୍ଲା ର ମୋଟ ୭ ଗୋଟି ବ୍ଲକର ୫୬ଜଣ ପ୍ରତିଯୋଗୀ ଉପସ୍ଥିତ ଥିଲେ । ସେଥିମଧ୍ୟରୁ ପ୍ରତି ବର୍ଗ ଓ ବିଷୟରେ ହୋଇଥିବା ୨୪ଜଣ ପୁରସ୍କୃତ ହେଲେ । ଜିଲ୍ଲା ସ୍ତରରେ କୃତୀତ୍ବ ଲାଭ କରିଥିବା ୦୮ ଜଣ ଛାତ୍ର/ଛାତ୍ରୀଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ୧୦.୦୭.୨୦୨୨ ( କନିଷ୍ଠ)୧୦.୦୭.୨୦୨୨, ଏବଂ ୧୭.୦୭.୨୦୨୨(ବରିଷ୍ଠ)ମାନେ ନିଜନିଜର ଗାଇଡ ଙ୍କ ସହ ବକ୍ସିଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ, ରେ ଅନୁଷ୍ଠୀତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।  ଜିଲ୍ଲା ପ୍ରଶାସନ (ସଂସ୍କୃତି ବିଭାଗ) ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସାରସ୍ବତ ଦକ୍ଷାତା ଭିତ୍ତିକ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ, ବୁଦ୍ଧିଜୀବୀ ଭାଗବତ ପାଢ଼ୀ,  ନରସିଂହ ବାଜବନ୍ଧୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଆଶାଲତା ପାଣିଗ୍ରାହୀ, ଶ୍ୱେତ।ପଟନାୟକ, ସସ୍ମିତା ମହାପାତ୍ର, ସ୍ନିଗ୍ଧା ମିଶ୍ର  ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ