ଛାତ୍ରୀ କୋଭିଡ ଆକ୍ରାନ୍ତ ଜଣାପଡ଼ିବା ପରେ ଲୋକେ ଭୟଭୀତ 

ନିମାପଡ଼ା, (ସନ୍ତୋଷ ଦାଶ) :-କୋଭିଡ ର ୪ର୍ଥ ଲହରୀ ଆସିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ବେଳେ ଆଜି ପୁରୀ ଜିଲ୍ଲା କାକଟପୁର ପଂଚାୟତ ଅଞ୍ଚଳ ରେ ଜୈନିକା ଛାତ୍ରୀ କୋଭିଡ ପଜେଟିଭ ଚିହ୍ନଟ ହେବାପରେ ସମଗ୍ର କାକଟପୁର ଅଞ୍ଚଳ ରେ ଭୟର ବାତାବରଣ ଖେଳି ଯାଇଛି । ଖବର ନେବାରେ ଜଣାପଡିଛି ଯେ, ଜୈନିକା ଛା-ତ୍ରୀଙ୍କୁ ଥଣ୍ଡାଜ୍ବର ଲାଗି ରହିବା ପରେ ସେ ହଷ୍ଟେଲ ଛାଡି ଘରକୁ ଆସିଥିଲେ ଏବଂ ଥଣ୍ଡା ଔଷଧ ଖାଉଥିଲେ ମଧ୍ୟ ତାଙ୍କର ସାମାନ୍ୟତମ ଥଣ୍ଡା କମି ନଥିଲା । ଏହାପରେ ସେ କାକଟପୁରସରକାରୀ ଡାକ୍ତରଖାନାକୁ ଆସିଥିଲେ ଏବଂ ଡାକ୍ତର ତାଙ୍କୁ କୋଭିଡ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ। ସେ ନିଜର କୋଭିଡ ଟେଷ୍ଟ କଲା ପରେ ପଜେଟିଭ ଆସିଥିଲା । ତାଙ୍କୁ ହୋମ ଆଇସୁଲେସନ ରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏହା ଜଣା ପଡିବାପରେ କାକଟପୁର ରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଚିକିତ୍ସାଧିକାରୀ ଡାକ୍ତର ଆଶିଷ କୁମାର ମହାପାତ୍ର ଲୋକଙ୍କୁ ଭୟ ନ କରି ସବୁ ସମୟ ରେ ମାସ୍କ ଵ୍ୟବହାର କରିବାକୁପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ