ଭାରତୀୟ କମ୍ୟୁନିଷ୍ଟର ବର୍ଷୀୟାନ ନେତାଙ୍କ ବିୟୋଗରେ ସ୍ମୃତି ସଭା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବର୍ଷିାୟନ ନେତା ତଥା ବଡପୁଟି ଗ୍ରାମର ପ୍ରଥମ ଶାଖା ସମ୍ପାଦକ ଡି.ଲାୱାରାଜୁ ଗତ ୭ତାରିଖ ଦିନ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ତାଙ୍କର ଅମର ଆତ୍ମା ସଦଗତି ନିମନ୍ତେ ଆଜି ବଡପୁଟି ଗ୍ରାମ ର ହନୁମାନ ଛକ ଠାରେ ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚର ସଭାପତି ଗୁରୁଦେବ ବେହେରାଙ୍କ ସଭାପତିତ୍ୱରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲ।। ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ, ରାଜ୍ୟକାର୍ୟ୍ୟକାରୀ ସଦସ୍ୟ ତଥା ଆଇନଜିବୀ ଗୋକୁଳ ଚନ୍ଦ୍ର ପଣ୍ଡା, ଅଖିଳ ଭାରତ ଯୁବ ସଂଘର ରାଜ୍ୟ ସମ୍ପାଦକ ପ୍ରଦୀପ ସେଠୀ, ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍ . ଜନାର୍ଦ୍ଦନ ରେଡ୍ଡୀ, ସହ-ସମ୍ପାଦକ ଏନ୍.ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, ଛତ୍ରପୁର ଜୋନାଲ ସମ୍ପାଦକ ଏସ୍.କ୍ରିଷ୍ଣା ରେଡ୍ଡୀ, ସହ-ସମ୍ପାଦକ ଡି.ଆଦିନାରାୟଣ ରେଡ୍ଡୀ, ଗଂଜାମ ଜୋନାଲ ସମ୍ପାଦକ ବୃନ୍ଦାବନ ପଲାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏନ୍.ଇରେସୁ ଆଚାରୀ, ଉତ୍କଳ ମହିଳା ସମିତି ର ଜିଲ୍ଲାସମ୍ପାଦିକ ଜୟାକା , ଅଖିଳ ଭାରତ ଛାତ୍ର ସଂଘର ଜିଲ୍ଲା ସଭାପତି କାମଦେବ ନାହାକ, ଏଆଇଟିୟୁସିର କେଶବ ନାହାକ, ଦୁର୍ୟ୍ୟାଧନ ନାହାକ ଏବଂ କ୍ରାନ୍ତି ଯୁବ ଛାତ୍ର ସଂଘର ସଭାପତି ଇଜୁଆମିନ୍ ଖାନ୍ ଙ୍କ ସମେତ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇ ପ୍ରାରମ୍ଭରେ ବଡପୁଟି ମୁଖ୍ୟରାସ୍ତାରେ ସ୍ୱର୍ଗତ ଲାୱାରାଜୁଙ୍କ ସ୍ମୃତିସ୍ତମ୍ଭ ଉଦଘାଟନ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ । ଆଇଆରଇ ମୋନାଜାଇଟ୍ ପ୍ଲାଣ୍ଟ ଦୂଷିତ ଜଳବାୟୁ ଯୋଗୁଁ କାଳିପଲ୍ଲୀ, ବଡପୁଟି , ଭାଗିନୀପେଣ୍ଟ ,ପି.ଲକ୍ଷ୍ମୀପୁର ଅଂଚଳ ଲୋକମାନେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଲେଣି । ତେଣୁ ଏହି ମୋନାଜାଇଟ ପ୍ଲାଣ୍ଟ କୁ ତୁରନ୍ତ ବନ୍ଦ କରାଯାଉ ବୋଲି ଯୋଗଦେଇଥିବା ନେତା ଓ କର୍ମୀ ମାନେ ଆହ୍ୱାନ ଦେଇଥିଲେ । ଆଇଆରଇ କଂପାନୀ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କିଡନୀ ରୋଗରେ ପିଡିତା ମାନଙ୍କୁ କୈାଣସି ପ୍ରକାର ସାହାର୍ୟ୍ୟ ସହଯୋଗ କରୁନାହାଁନ୍ତି । ଏହି ଅଂଚଳ ବିଶୁଦ୍ଧ ପାନୀୟ ଜଳ ବି ବ୍ୟବସ୍ଥା କରାଯାଉ ନାହିଁ । ତେଣୁ ବହୁ ଲୋକମାନେ ମୃତ୍ୟୁବରଣ କରିବା ସହ ଆହୁରୀ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସା ହେଉଛନ୍ତି ବୋଲି କହିଥିଲେ । ମୋନାଜାଇଟ୍ ପ୍ଲାଣ୍ଟ କୁ ତୁରନ୍ତ ବନ୍ଦ କରିବା, କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗ ମାନଙ୍କୁ ୨୦-୩୦ଲକ୍ଷ ଟଙ୍କା ସହାୟତା ରାଶି କଂପାନୀ କର୍ତ୍ତୃପକ୍ଷ ପ୍ରଦାନ କରିବା ଏବଂ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ତୁରନ୍ତ କରିବାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତୃବୃନ୍ଦ ମାନେ ଦାବୀ ଜଣାଇଥିଲେ । ନଚେତ ଆଗାମୀ ଦିନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବଡଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ।