ଫୀକର ମୋହନ ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) :-ଫୀକର ମୋହନ ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ତଥା ପ୍ରାକ ରୌପ୍ୟଜୟନ୍ତୀ ସମାରୋହ ଏକ ବର୍ଣ୍ଣାଢ଼୍ୟ ପରବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ ସହ ସମମ୍ର ବିଶ୍ୱକୁ ଭାରତର ପୁରାଣ ଶାସ୍ତ୍ର ଓ ଇତିହାର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷା, ସାଧନା ଓ ସ୍ୱାଭିମାନ ଦ୍ୱାରା ମନୁଷ୍ୟ ଅତୁଳନୀୟ ଶକ୍ତି ତଥା ସାମର୍ଥ୍ୟର ଅଧିକାରୀ ହୋଇପାରିଥାଏ ବୋଲି ରାଜ୍ୟପାଳ ତାଙ୍କର ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ତେବେ ପୁରାଣ ଶସ୍ତ୍ର ଓ ଇତିହାସ ଆମ ଶିକ୍ଷା ବ୍ୟବସ୍ଥାର ମୌଳିକ ଉପାଦାନ ହେବା ଉଚିତ ବୋଲି ପ୍ରଫେସର ଗଣେଶୀ ଲାଲ ମତ ପ୍ରକାଶ କରିଥିଲେ । ବିଶିଷ୍ଟ ତାମିଲ ସାହିତ୍ୟିକ ତଥା କଥାକାର ପେରୁମାଲ ମୁରଗାନ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୋଟିଏ ଭାଷାର ଉତ୍କୃଷ୍ଟ ସାହିତ୍ୟକୁ ଜାତୀୟ ସ୍ତରରେ ପହଂଚାଇବାରେ ଅନୁବାଦ ହିଁ ମୁଖ୍ୟ ଆୟୁଧ ବୋଲି କହିଥିଲେ । ଏହା ଦ୍ୱାରା ଗୋଟିଏ ଭାଷାର କଥା ସାହିତ୍ୟ ସମୃଦ୍ଧି ସମ୍ପର୍କରେ ଅନ୍ୟ ଭାଷାଭାଷୀ ଲୋକେ ପଢ଼ି ଜାଣିପାରିବେ । ଏହା ଜାତୀୟ ସ୍ତରୀୟ ସାହିତ୍ୟ କ୍ଷେତ୍ରରେ ତୁଳନାତ୍ମକ ଅଧ୍ୟୟନ ସହ ପାଠକମାନେ ସିଦ୍ଧାନ୍ତମୂଳକ ହୋଇପାରିବେ ବୋଲି ସାହିତ୍ୟିକ ମୁରୁଗାନ ମତ ପ୍ରକାଶ କରିଥିଲେ । ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ବାଲେଶ୍ୱରର ପୂର୍ବତନ ଜିଲାପାଳ ସଞ୍ଜୀବ କୁମାର ହୋତା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ନର୍ମାଣରେ ବିଶ୍ୱିବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଜ୍ଞାନ ବିଜ୍ଞାନର ବିଶେଷ ଉପଯୋଗ ଏହି ଶିକ୍ଷା ଅନୁଷ୍ଠାନକୁ ଗୌରବାନ୍ୱିତ କରିଥାଏ ବୋଲି କହିଥିଲେ । ଏଥି ସହିତ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଗବେଷଣାତ୍ମକ ଶିକ୍ଷାଦାନର ବ୍ୟବସ୍ଥା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଏହା ଦ୍ୱାରା ବିଶ୍ୱବିଦ୍ୟାଳୟକୁ ଜାତୀୟ ସ୍ତରୀୟ ପରିଚୟ ମିଳିବା ସାଙ୍ଗକୁ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗବେଷଣା କରିବାକୁ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ ବୋଲି ସେମାନେ ମତ ପ୍ରକାଶ କରିଥିଲେ । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜର ଅଭିଭାଷଣରେ ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିବା ବେଳେ ସ୍ନାତକୋତର ବିଭାଗ ଅଧ୍ୟକ୍ଷ୍ୟ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ ବ୍ୟାସ ଗୌରବ ସମ୍ମାନ, ତାମିଲ ସାହିତ୍ୟିକ ପେରୁମାଲ ମୁରୁଗାନଙ୍କୁ ଫକୀର ମୋହନ ଜାତୀୟ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ସହିତ ବିଶ୍ୱବିଦ୍ୟାଳୟ ଛାତ୍ର ଦେବେନ୍ଦ୍ର ଆଚାର୍ଯ୍ୟ ଓ ଛାତ୍ରୀ ପୂଜାରାଣୀ ବେହେରାଙ୍କୁ ଷ୍ରେଷ୍ଠ ଏନଏସଏସ ସ୍ୱେଚ୍ଛାସେବୀ ସମ୍ମାନ ଏବଂ ଗୌରାଙ୍ଗ ପିଜା ଓ ପଙ୍କଜିନୀ ଦାସଙ୍କୁ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ବିଶ୍ୱନାଥ ସାହୁଙ୍କୁ ୨୦୨୧ ବର୍ଷର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକୋତର ଛାତ୍ର ପୁରସ୍କାର ଓ ଦୀଲୀପ କୁମାର ବେହେରାଙ୍କୁ ଫକୀର ମୋହନ ଯୁବ ଲେଖକ ସମ୍ମାନ ପ୍ରଦାନ କରାଯାଇଥିଲା ।


