ଜଳ ଯୋଗାଣ ପାଇଁ ବଳି ପଡୁଛି ଗଛ…
ହାଟଡିହି, (ବିକାଶ ବିଶ୍ୱାଳ) :ଗଛ ଲଗାଇବା ପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଜନସାଧାରଣଙ୍କ ଭିତରେ ସଚେତନତା ଆଣିବା ପାଇଁ ଜଙ୍ଗଲ ବିଭାଗ ନିଶୁଳ୍କ ଚାରା ଯୋଗାଇବା ସହ ବିଭିନ୍ନ କାର୍ୟ୍ୟକ୍ରମମାନ ହାତକୁ ନେଉଛି ।ହେଲେ ହାଟଡିହୀ ବ୍ଲକ ବଡରମ୍ପାସ ପଞ୍ଚାୟତ ଅନ୍ତର୍ଗତ ନୂଆରମ୍ପାସ ଗାଁ ରେ ଜଳ ଯୋଗାଣ ପାଇପ୍ ଯିବା ପାଇଁ ଏକ ବିରାଟକାୟ ଅଶ୍ବସ୍ତ ଗଛକୁ ବଳି ପକାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଗତ କିଛି ଦିନ ହେଲା ଗ୍ରାମାଞ୍ଚଳରେ ମେଗା ପାନୀୟ ଜଳ ଯୋଗାଣ ଯୋଜନା ପକଳ୍ପ ନାମରେ ଗାଁ, ଗାଁ ରେ ପାଣି ପାଇପ୍ ବିଛାଇବା ସହ କେତକ ଜାଗରେ ପାଣି ଟାଙ୍କି ମଧ୍ୟ୍ୟ କରାଗଲାଣି ଜ୍ଝ କିନ୍ତୁ ପାଣି ପାଇପ୍ ବିଛାଇବା ପାଇଁ ନବ ନିର୍ମିତ ହୋଇଥିବା ରାସ୍ତା, ଘାଟ, ବନ୍ଧ, କୁ ଜେସିବି ଲଗାଇ ଖୋଳି ଦେଇ ପାଇପ୍ ପୋତା ଯାଉଛି, ତାହାପରେ ପାଇପ୍ ପକାଇବା ପରେ ସେହି ସ୍ଥାନ ଗୁଡିକ ମରାମତି ନକରି ଠିକାଦାର ପଳାଇ ଯାଉଛନ୍ତି । ଯାହା ଫଳରେ ବର୍ଷା ଦିନ ହୋଇଥିବାରୁ ରାସ୍ତା ଘାଟ କାଦୁଅ ପଚପଚ ହେଇଯାଉଛି ।ଗାଁ ଦାଣ୍ଡରେ ପାଦ ପକାଇବାକୁ ଇଚ୍ଛା ହେଉନାହିଁ ଜ୍ଝ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛିଜ୍ଝ ତାହା ସାଙ୍ଗକୁ କେତେକ ସ୍ଥାନରେ ରାସ୍ତା କଡ଼ରେ ଥିବା ବିଶାଳ କାୟ ପୁରୁଣା ବଡ଼ ବଡ଼ ଗଛକୁ ଜେସିବି ସାହାଯ୍ୟରେ ଓପାଡି ଦିଆଯାଇଛି ଓ ଚେର କାଟି ଦିଆଯାଉଛି ଜ୍ଝ ଅନେକ ଲୋକେ ବାରଣ କରିବା ସହ ଆମର ପାଣି ଦରକାର ନାହିଁ, ଆମର କଳ ଅଛି ବୋଲି କହୁଛନ୍ତି । ଯେଉଁ ସ୍ଥାନରେ ନାହିଁ ସେଇଠି ଏହି ଯୋଜନାକୁ କାର୍ୟ୍ୟକାରୀ କରନ୍ତୁ ଜ୍ଝ ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏହା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।