ହାବଳେଶ୍ୱରରେ ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ହାବଳେଶ୍ୱରରେ ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବନ୍ୟାସମୟରେ କିପରି ଉଦ୍ଧାର କାର୍ଯ୍ୟ କରାଯାଇପାରିବ ସେନେଇ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାଟଡିହି ବିଡିଓ ବିଚିତ୍ର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାବଳେଶ୍ୱର ସରପଞ୍ଚ ରମାକାନ୍ତ ନାୟକ, ସମିତିସଭ୍ୟ ତାରିଣୀ ପ୍ରସାଦ ସେନାପତିଙ୍କ ସମେତ ଅନେକ ୱାର୍ଡସଭ୍ୟ ସଭ୍ୟା, ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ବିଶେଷକରି ଏହି ଅଞ୍ଚଳଟି ଏକ ବନ୍ୟା ପ୍ଳାବିତ ଅଞ୍ଚଳ ହୋଇଥିବାରୁ ବନ୍ୟା ସମୟରେ କିପରି ଉଦ୍ଧାରକାର୍ଯ୍ୟ କରାଯାଇ ପାରିବ, ପାଣିରେ ବୁଡି ଯାଉଥିବା କି ଭାଷି ଯାଉଥିବା ଲୋକଙ୍କୁ କିପରି ଉଦ୍ଧାର କରାଯାଇ ପାରିବ ସେ ନେଇ ବିଭାଗ ପକ୍ଷରୁ ଉଦ୍ଧାରର ବିଭିନ୍ନ କୌଶଳ ପ୍ରଦର୍ଶନ  କରାଯାଇଥିଲା । ଏଥିରେ ଏନଡିଆରଏଫର କମାଣ୍ଡର ଏସ.ଏସ. ସୋମନ, ସବଇନସପେକ୍ଟର ଏମ.କେ. ଚୌଧୁରୀ, ଅଗ୍ନିଶମ ଅଧିକାରୀ ସୂର୍ଯ୍ୟମଣୀ ନାୟକଙ୍କ ସମେତ ଉଭୟ ବିଭାଗର କର୍ମଚାରୀମାନେ ଯୋଗଦେଇ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ