ଆଧ୍ୟାତ୍ମିକ ଅନୁଷ୍ଠାନ ‘ପ୍ରାପ୍ତି’ ପକ୍ଷରୁ ଗୁରୁପୂର୍ଣ୍ଣିମା
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରର ଅନ୍ୟତମ ଆଧ୍ୟାତ୍ମିକ ଅନୁଷ୍ଠାନ ‘ପ୍ରାପ୍ତି’ ପକ୍ଷରୁ ଶୋଭାରାମପୁରରେ ପବିତ୍ର ଗୁରୁପୂର୍ଣ୍ଣିମା ପାଳିତ ହୋଇିଯାଇଛି । ଏଥିରେ ଗୁରୁପୂଜନ ସହ ସମାଜର ଆଧ୍ୟାତ୍ମିକ ଗୁରୁଙ୍କର ଆଶୀର୍ବାଦ କାମନା କରାଯାଇଥିଲା । ମୁନି ସମାଜ ରାଜ୍ୟ ଅଧ୍ୟକ୍ଷ କମଳାକାନ୍ତ ମୁନି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରାର ବିଶେଷତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ସମାଜସେବୀ ସୁବାସିନୀ ଜେନା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୁରୁପୂର୍ଣ୍ଣିମା ପାଳନର ଯଥାର୍ଥତା ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସଭାପତି ଡାକ୍ତର କୁମାର ଗୋପାଲ ଏଥିରେ ସଭାପତିତ୍ୱ କରିଥିବା ବେଳେ ପ୍ରାପ୍ତିର ସଂସ୍ଥାପକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଗୁରୁପୂର୍ଣ୍ଣିମାର ମାନବିକ ମୂଲ୍ୟବୋଧ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ସମ୍ପାଦିକା ଗୀତାଞ୍ଜଳି ପାଣିଗ୍ରାହୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସାଧାରଣରେ ଆଧ୍ୟତ୍ମିକ ଚେତନା ସୃଷ୍ଟି ଓ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବାହାନଗା ମହାବିଦ୍ୟାଳୟର ଅଧ୍ୟାପକ ମହେଶ୍ୱର ଉପାଧ୍ୟାୟଙ୍କୁ ଅନୁଷ୍ଠାନ ପକ୍ଷରୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସତ୍ୟଭାମା ମୁଦୁଲି, କୁଞ୍ଜ ସୁନ୍ଦର ସ୍ୱାଇଁ, ତାପସ ପଣ୍ଡା, ହରିଶ ସାହୁ, ମନୋଜ ଦେ, ସର୍ବେଶ୍ୱର ଜେନା, ମଞ୍ଜୁଲତା ପଣିଗ୍ରାହୀ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।