ପରିବେଶ ସଚେତନତା ଅଭିଯାନ ଆୟୋଜିତ
ବାଲେଶ୍ବର(ସରୋଜ ପଣ୍ଡା): ଆଜି ପୂର୍ବାହ୍ନ ରେ ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ୱର ଶାଖା ତରଫରୁ ପରିବେଶ ସଚେତନତା ଅଭିଯାନ ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ ତଥା ପରିବେଶ ସମ୍ବନ୍ଧୀୟ ପରିକ୍ରମା ଏବଂ ପରିବେଶ ସୁରକ୍ଷାର ବାର୍ତ୍ତା ସହିତ ବାଲେଶ୍ୱର ସ୍କୁଲ ଅଫ ଇଞ୍ଜିନୟରିଂ ପରିସର ଠାରୁ ଆରମ୍ଭ ହୋଇ ମିର୍ଜା ପୋଖରୀ ପର୍ଯ୍ୟନ୍ତ ଆୟୋଜନ କରାଗଲା । ଏଥିସହିତ ମିର୍ଜା ପୋଖରୀର ଚତୁଃପାର୍ଶ୍ଵ ଏବଂ ସାଇ ମନ୍ଦିର ପ୍ରାଙ୍ଗଣର ପରିସରକୁ ସଫେଇ କରାଗଲା । ଏଥିରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମସ୍ତ କର୍ମଚାରୀ ସହିତ ବାଲେଶ୍ୱର ସ୍କୁଲ ଅଫ ଇଞ୍ଜିନିୟରିଂ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକାଗଣ ଅଂଶ ଗ୍ରହଣ କରିଥିଲେ । ଏହା ସହିତ ବାଲେଶ୍ୱର ସ୍କୁଲ ଅଫ ଇଞ୍ଜିନିୟରିଂ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଚାରା ବଣ୍ଟନ କାର୍ଯ୍ୟ ସମ୍ପାଦନ କରାଯାଇଛି । ଏହା ବ୍ୟତୀତ ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଥିବା ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ଗଣ ଏବଂ ଜଡ଼ିତ ଥିବା ଅନ୍ୟମାନଙ୍କୁ ପ୍ଲାଷ୍ଟିକ ବିକଳ୍ପ ହିସାବରେ ଜୈବ ପ୍ରକ୍ରୀୟକୃତ ପାତ୍ରରେ ଖାଦ୍ୟ ପରିବେଷଣ କରାଗଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ପରିବେଶ ଅନୁକୂଳ ସରଞ୍ଜାମ ମଧ୍ୟ ବିତରଣ କରାଗଲା । ପରିବେଶରେ ସମସ୍ତେ ପରିବେଶର ସୁରକ୍ଷା ଜନିତ ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗଦାନ କରି ସାଫଲ୍ୟ ମଣ୍ଡିତ କରାଇଲେ । ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ମନମୋହନ ମୁର୍ମୁ, ଅନ୍ୟ ପରିବେଶ ଯନ୍ତ୍ରୀ ଓ ବୈଜ୍ଞାନିକ ଯଥା ଇଂ ଅନିଲ କୁମାର ବାରିକ, ଶ୍ରୀଯୁକ୍ତ ଭୀମ ଚରଣ ମଣ୍ଡ୍ରି, ଶ୍ରୀଯୁକ୍ତ ପ୍ରଦୀପ କୁମାର ରାଉତ , ଧନେଶ କୁମାର, ଶ୍ରୀଯୁକ୍ତ ରାଧା ମାଧବ ପାଠୀ ଓ ଅନ୍ୟ କର୍ମଚାରୀ ବୃନ୍ଦ ତତ୍ ସହିତ ବାଲେଶ୍ୱର ସ୍କୁଲ ଅଫ ଇଞ୍ଜିନିୟରିଂ ଅଧ୍ୟକ୍ଷ ଶ୍ରୀଯୁକ୍ତ କରୁଣାକର ମହାଳିକ ଏବଂ ଅନ୍ୟାନ୍ୟ ଅଧ୍ୟାପକ, କର୍ମଚାରୀ, ଛାତ୍ର ଛାତ୍ରୀ ମିଳିତ ସହଯୋଗରେ ସମ୍ପାଦନ କରାଗଲା ।


