ଭାଗବତ ଟୁଙ୍ଗିର ବାର୍ଷିକ ପ୍ରତିଷ୍ଠା ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମରେ ବ୍ୟାସ ପୁର୍ଣ୍ଣିମା ଅବସରରେ ଭାଗବତ ଟୁଙ୍ଗିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବାସୁଳୀ ପୋଖରୀରୁ ପୂଜାର୍ଚ୍ଚନା ସହ ଜଳପୁର୍ଣ୍ଣ ଘଟ ଧରି ଗ୍ରାମ ପରିକ୍ରମା କରିବା ପରେ ପୂଜାମଣ୍ଡପରେ ସ୍ଥାପନ କରାଯାଇ ଥିଲା । ମାନସ କୁମାର ନାୟକ ଓ ରୋଜାଲିନି ନାୟକ ମୁଖ୍ୟ କର୍ତ୍ତା ଭାବେ ପୂଜାରେ ସାମିଲ ହୋଇଥିବା ବେଳେଅନୁସୂୟା ନାୟକ, ଗୀତାରାଣୀ ସ୍ୱାଇଁ, ମଞ୍ଜୁଲତା ଧଳ, ତପନ କୁମାର ସାହୁ ପ୍ରମୁଖ କର୍ତ୍ତା ଭାବେ କଳଶ ଯାତ୍ରାରେ ସାମିଲ ହୋଇଥିଲେ । ପଣ୍ଡିତ ଅଭୟ କୁମାର ପଣ୍ଡା, ଅମରବର ଦାଶଙ୍କ ଦ୍ୱାରା ଷୋଡଶ ଉପଚାରରେ ପୂଜାର୍ଚ୍ଚନା ସହ ଯଜ୍ଞାଦି କର୍ମ ସମ୍ପାଦନ ହୋଇଥିଲା । ଭାଗବତ ଟୁଙ୍ଗିର ପ୍ରତିଷ୍ଠାତା ବାସୁଦେବ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାଧାନରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ବଳରାମ ଧଳ, ଚକ୍ରଧର ଜେନା, ଭରତ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


