ଗାଁରେ ପସିଲା ହାତୀ : ଲୋକେ ଆତଙ୍କିତ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ଆତୁରିକୋଣା ଗ୍ରାମରେ ଆଜି ସକାଳେ ଏକ ଦନ୍ତାହାତୀ ଗାଁ ଭିତରକୁ ପସିଯିବାରୁ ଗ୍ରାମରେ ଆତଙ୍କ ଖେଳି ଯାଇଛି । ସୁଚନାରୁ ଜଣାଯାିଛି ଯେ ଆଜି ସକାଳ ୭ଟା ଭିତରେ ଅପ୍ରତ୍ୟାଶିତ ଭାବେ ଏକ ଦନ୍ତାହାତୀ ଗାଁ ଭିତରକୁ ପସିଯାଇଥିଲା । ଯାହାକୁ ଦେଖି ଗାଁ ଲୋକେ ଭୟଭୀତ ହୋଇ ଯିଏ ଯେଉଁ ଘରକୁ ପସିଯାଇ ଥିଲେ । ଏପରିକି ଅଧଘଣ୍ଟାଏ ପାଇଁ ଗାଁରେ ତାଟି କବାଟ ପଡି ଯାଇଥିଲା । ପରେ ହାତୀଟି ନିକଟସ୍ଥ ରଗୁଡିଆ ଡାହିସାହି ସ୍ଥିତ ଜଂଗଲକୁ ପଳାଇବା ପରେ ଲୋକେ ଆସ୍ୱସ୍ଥି ଲଭିଥିଲେ । ହାତୀଟି ନିୟମିତ ସୋସୋ, କାନପୁର, ଦନେଇପୁର ନିକଟରେ ତବବା ଆମ୍ବତୋଟାକୁ ଯାଉଥିବାବେଳେ ଆଜି ସକାଳେ ବାଟହୁଡି ଗାଁରେ ପସିଯାଇଥିଲା ବୋଲି ଜଂଗଲ ବିଭାଗ କହିଛନ୍ତି । କୌଣସି ସ୍ଥାନରେ ଆଜି କ୍ଷୟକ୍ଷତି ଘଟାଇ ନଥିବା ବେଳେ ଆମେ ତାର ଗତିପଥ ଉପରେ ନଜର ରଖିଛୁ ବୋଲି ବନବିଭାଗ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ