ଭାଷା ସୁରକ୍ଷା ସମ୍ମିଳନୀ ଜିଲ୍ଲା କମିଟିର କର୍ମକର୍ତ୍ତା ଚୟନ

ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ଭାଷା ସୁରକ୍ଷା ସମ୍ମିଳନୀର ବାଲେଶ୍ୱର ଜିଲ୍ଲା ଶାଖାର ବୈଠକ ଓଡ଼ିଶାର ବିଶିଷ୍ଟ ସ୍ତମ୍ଭକାର ଏବଂ ରାଜ୍ୟ ସମ୍ପାଦକ ଲକ୍ଷ୍ମୀଧର ବେହେରା ଙ୍କ ସଭାପତିତ୍ୱରେ ବାଲେଶ୍ୱର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟରେ ୧୭ ତାରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ବିଜ୍ଞାପିତ ପତ୍ର କ୍ରମାଙ୍କ ୩୩୧୭ ତା ୨୭-୦୪-୨୨୨ ରିଖ ଅନୁସାରେ ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ଇତ୍ୟାଦିର ନାମଫଳକ ଓ ବିଜ୍ଞାପନ ଇତ୍ୟାଦି ଓଡ଼ିଆ ଭାଷାରେ ଲେଖିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସୁତରାଂ ଭାଷା ସୁରକ୍ଷା ସମ୍ମିଳନୀ ଜିଲ୍ଲା ଶାଖା ତରଫରୁ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ଏହାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୱ୍ୟରେ ଜିଲ୍ଲାପାଳଙ୍କ ସହ ସାକ୍ଷାତ ଆଲୋଚନା କରିବାପାଇଁ ଏକ ପ୍ରତିନିଧି ଦଳ ଭେଟିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଜିର ଏହି ବୈଠକରେ ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ଡ. ରାଧାରଞ୍ଜନ ପଟ୍ଟନାୟକଙ୍କୁ ସଭାପତି, ପ୍ରସନ୍ନ କୁମା ରପାତ୍ର ଓ ଶୈଳବାଳା ବେହେରା ଉପସଭାପତି, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ସାଧାରଣ ସମ୍ପାଦିକା, ଚିତ୍ରାରାଣୀ ପାତ୍ର ଯୁଗ୍ମ ସମ୍ପାଦିକା, ପୂର୍ଣ୍ଣଚନ୍ଦ୍ର ପଣ୍ଡା କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ । କାର୍ଯ୍ୟକାରୀ କମିଟି ସଦସ୍ୟ/ସଦସ୍ୟା ଭାବେ ପ୍ରଫେସର ପ୍ରଶାନ୍ତ କୁମାର ବରାଳ, ଡ. ଭାଗବତ ପ୍ରସାଦ ଦାସ, କବି ଗଙ୍ଗାଧର ଦାସ, ଚକ୍ରଧର ଦାସ, କବୀ ବାସନ୍ତୀ କର, କବି ପ୍ରଭାକର ସାହୁ ଏବଂ ଉପଦେଷ୍ଟା ଭାବେ ଲକ୍ଷ୍ମୀଧର ବେହେରା ଏବଂ ଶରତ ଚନ୍ଦ୍ର ଦାଶ ପ୍ରମୁଖ ମନୋନୀତ ହୋଇଛନ୍ତି । ରଣଜିତ୍ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ