ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ଠାକୁରାଣୀ ମନ୍ଦିର ନିକଟ ଏକ ନାଳ ନିକଟରୁ ମଙ୍ଗଳବାର ସକାଳେ ହିଞ୍ଜିଳି ପୋଲିସ ଜୈନିକା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି । ମୃତକା ଜଣଙ୍କ ମନାସ ନାୟକ (୬୫) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୨୦/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ମୃତ ବୃଦ୍ଧା ଜଣଙ୍କ ଦୀର୍ଘ ୧୫ ବର୍ଷ ଧରି ଖଣ୍ଡରା ଗ୍ରାମ ଠାକୁରାଣୀ ମନ୍ଦିର ନିକଟରେ ରହି ଭିକ୍ଷା ବୃତ୍ତି କରି ଚଳୁଥିଲେ । ବୃଦ୍ଧାଙ୍କ ମୃତ୍ୟୁ କିପରି ହୋଇଛି ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଥାଉକି, ସବୁଦିନ ଭଳି ସୋମବାର ରାତିରେ ଭିକ୍ଷୁକ ବୃଦ୍ଧା ଜଣଙ୍କ ମନ୍ଦିର ନିକଟରେ ଥିଲେ ମଙ୍ଗଳବାର ସକାଳେ ମନ୍ଦିର ନିକଟସ୍ଥ ଏକ ନାଳ ହୁଡାରୁ ବୃଦ୍ଧାଙ୍କ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ