ବିଜୟ ହାଇ ସ୍କୁଲ୍ ର ପ୍ରତିଷ୍ଠା ଦିବସ ପାଳିତ
ରାଇକିଆ, (ପ୍ରଦୀପ ବେହେରା) :-କନ୍ଧମାଳ ଜିଲ୍ଲା ରାଇକିଆ ବିଜୟ ହାଇ ସ୍କୁଲ୍ ର ୬୫ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସାଧୁ ଭିନସେଣ୍ଟ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଦିଆଯାଇଥିଲା । ପୂର୍ବତନ ଛାତ୍ର ମାନେ ସାମିଲ ହୋଇ 65 ବର୍ଷ ଭିତରେ ଏହି ବିଦ୍ୟାଳୟ ଅନେକ ଗୌରବ ମୟ ଅଧ୍ୟାୟ ଯୋଡିବା ସହ ଜିଲ୍ଲା ର ଏକ ଅଗ୍ରଣୀ ବିଦ୍ୟାଳୟ ଭାବେ ପ୍ରତିଷ୍ଠା ଲାଭ କରିଛି ବୋଲି ମତ ବ୍ୟକ୍ତ କରିବା ସହ ବିଦ୍ୟାଳୟ ର ଉତ୍ତରୋତ୍ତର କାମନା କରିଥିଲେ । ଏହି ଅବସର ରେ ଚଳିତ ବର୍ଷ ଭଲ ମାର୍କ ରଖିଥିବା ଛାତ୍ରୀଛାତ୍ର ମାନଙ୍କୁ ପୁରାତନ ଛାତ୍ର ମାନଙ୍କ ତରଫରୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ସେକ୍ରେଟାରୀ ଫାଦର୍ ପ୍ରଦୋଷ ନାୟକ, ମୋ ସ୍କୁଲ୍ ଅଭିଯାନ ସଭାପତି ପ୍ରଦୀପ ପ୍ରଧାନ, ଏବିଇଓ ସିମାଦ୍ରି କହଁର, ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ମଣ୍ଡଳ ଙ୍କ ସମେତ ସମସ୍ତ ଶିକ୍ଷୟତ୍ରି, ଶିକ୍ଷକ, ପୁରାତନ ଛାତ୍ର ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ରେ ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା ।


