ଟାଟା ବିରୁଦ୍ଧରେ ରାଜରାସ୍ତା କୁ ଓହ୍ଲାଇଲା ଏ.ପି.ପି.ଏଲ ଶ୍ରମିକ ସଂଘ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ତୁରନ୍ତ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା, ବେଆଇନ ଛଟେଇ ବନ୍ଦ କରିବା, ନୀୟମ ଅନୁଯାୟୀ ସମସ୍ତ ଶ୍ରମିକଙ୍କୁ ୨୬ଦିନର କାର୍ଯ୍ୟ ଦିବସ ଯୋଗାଇବା, ରବିବାର ଛୁଟି ଦିନରେ କାମ କଲେ ଦୁଇଗୁଣ ଦରମା ପ୍ରଦାନ କରିବା, କ୍ୟାଟିନ୍ ରେ ସମସ୍ତ ଶ୍ରମିକ ଙ୍କୁ ସୁଶମ ଖାଦ୍ୟ ପ୍ରଦାନ କରିବା, ସମସ୍ତ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ୟୁନିଫର୍ମ ଓ ରେଇନ୍ କୋଟ ପ୍ରଦାନ କରାଯିବା , କମ୍ପାନୀ ଭିତରେ କାମ କରିବା ବେଳେ କୈାଣସି ଅଘଟଣ ଘଟିଲେ ଶ୍ରମିକଙ୍କୁ ଚିକିତ୍ସା ଓ ସୁସ୍ଥ ହେଲା ପର୍ଯ୍ୟନ୍ତ ଦରମା ପ୍ରଦାନ କରିବା, ଇ.ଏସ.ଆଇ କାର୍ଡ ତୁରନ୍ତ ପ୍ରଦାନ କରିବା ଏବଂ ସମସ୍ତ ଶ୍ରମିକଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ କରାଯିବା ଓ ଦରମା ବୃଦ୍ଧି କରିବା ଭଳି ବିଭିନ୍ନ ଦାବୀ ନେଇ ବୁଧବାର ଅପରାହ୍ନରେ ଗୋପାଳପୁର ଇଣ୍ଡଷ୍ଟ୍ରିଅଲ ପାର୍କ ଏ.ପି.ପି. ଏଲ ଅଧୀନ କଂଟ୍ରାକ୍ଟର ଏସ.ଏମ.ପି. ଏଲ , ଜେ.ଜେ. ଆଇ , ବି.ଟି.ପି.ଏଲ ଏବଂ ଶ୍ରୀଗୁରୁ ର ଶ୍ରମିକ ମାନେ ନିଜ ହକ୍ ନିମନ୍ତେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରୁ ହାତରେ ଏଆଇଟିୟୁସି ପତାକା ଧରି ଏସ.ପି.ପି.ଏଲ ଶ୍ରମିକ ସଂଘର ଶ୍ରମିକ ମାନେ ସଂଗ୍ରାମୀ ନେତା ତଥା ଏନ.ନାରାୟଣ ରେଡ୍ଡୀଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ଦେଇ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ସହିତ ସେମାନଙ୍କ ହକ୍ ନିମନ୍ତେ ଜିଲ୍ଲପାଳଙ୍କ ମୁଖ୍ୟ ଫାଟକ ନିକଟରେ ଧାରଣାରେ ବସି ରହିଛନ୍ତି ବହୁ ଶ୍ରମିକ ଓ ଛାମୁଆ ନେତା ମାନେ । ଏହା ସହିତ ଏକ ୯ ଦଫା ଦାବୀ ପତ୍ର ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଆଗାମୀ ୧୫ଦିନ ମଧ୍ୟରେ ସେମାନଙ୍କ ଦାବୀ ଗୁଡିକ ତୁରନ୍ତ ପୂରଣ ନକଲେ ବଡଧରଣର ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ସଭାପତି ଶ୍ରୀ ରେଡ୍ଡି କହିଛନ୍ତି । ଟାଟା କମ୍ପାନୀ ଅଂଚଳର ଲୋକଙ୍କୁ ଧୋକ୍କା ଦେଇ ଆସିଛି । ତା ମନମୁତାବକ କାର୍ଯ୍ୟ କରୁଛି । ଏହାକୁ କେବେ ହେଲେ ବରଦାସ୍ତ କରାଯିବ ନାହିଁ ବୋଲି ବହୁ ଏଆଇଟିୟୁସି ନେତା ଓ ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି । ଆଗାମୀ ଦିନରେ ଶ୍ରମିକ ମାନଙ୍କ ସ୍ୱାର୍ଥ ନିମନ୍ତେ ଲଢେଇ ଜାରି ରହିବ ବୋଲି ମଧ୍ୟ ସେମାନେ କହିଛନ୍ତି । ଏହି ଧାରଣାରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏନ.ଗିରିଜା ପ୍ରସାଦ ରେଡ୍ଡୀ, ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଆଇନ ଜିବୀ ଡି. ଆଦିନାରାୟଣ ରେଡ୍ଡୀ, ନବୀନ ଚନ୍ଦ୍ର ଗୈାଡ, ପ୍ରଫୁଲ କୁମାର ପାଣିଗ୍ରାହୀଙ୍କ ସମେତ ଏସ.ପି.ପି.ଏଲ ଶ୍ରମିକ ସଂଘର ଶତାଧିକ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସେହିପରି କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ ବିଭିନ୍ନ ଦାବି ନେଇ ଗତ ୧୮ ତାରିଖ ଦିନ ଠାରୁ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ଏପିପିଏଲ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ