ସରିଲା ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ ନାମଲେଖା

ଆସିକା  (ୱାଇଏନ୍‍ଏସ୍‍) : ଚଳିତ ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ଯୁକ୍ତ ଦୁଇ ଏକାଦଶ ଶ୍ରେଣୀରେ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଭୋକେସନାଲ୍‍ ସ୍ରୋତରେ ପାଠ ପଢିବା ସକାଶେ ଗତ ୯ ତାରିଖ ଠାରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇସାରିଛି । ଆସିକା ଅଞ୍ଚଳରେ ଥିବା ନିରଞ୍ଜନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମେକ୍‍ ମାଇକେଲ୍‍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ୧୧୭୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡିଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିୟର୍‍ କଲେଜ୍‍) ରେ ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇସାରିଛି । ଆସନ୍ତା ୨୩ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ ବୋଲି ଜଣାପଡିଛି । ଆସନ୍ତା ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ଏହି ପର୍ଯ୍ୟାୟରେ ଚୟନିତ ହୋଇଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୨୪ ରୁ ୨୮ ତାରିଖ ଭିତରେ ନାମ ଲେଖାଇପାରିବେ ବୋଲି ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ଆସିକା ଅଞ୍ଚଳରେ ଥିବା ୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିୟର୍‍ କଲେଜ୍‍) ରେ ଥିବା ସମୂଦାୟ ୧୭୧୬ ଟି ସିଟ୍‍ ମଧ୍ୟରୁ ୧୧୭୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇସାରିଥିଲା ବେଳେ ୫୪୪ଟି ସିଟ୍‍ ବର୍ତ୍ତମାନ ସୁଦ୍ଧା ଖାଲି ପଡିଥିଲା ବେଳେ ଆଗାମୀ ଦିନରେ ଏହି ସିଟ୍‍ ଗୁଡିକ ପୂରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ