ଜିଲ୍ଲା ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା

ଛତ୍ରପୁର, (ଓ୍ବାଇଏନଏସ):  ଗଞ୍ଜାମ ଜିଲ୍ଲା ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଅଧ୍ୟକ୍ଷତା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବର୍ଗର ଗଞ୍ଜାମ ଜିଲ୍ଲାର ପ୍ରାୟ ୧ ଲକ୍ଷ ୫୦ ହଜାର ହିତାଧିକାରୀ ଭତା ପାଉଛନ୍ତି । ସେହିପରି ପୋର୍ଟାଲ ମାଧ୍ୟରେ ହିତାଧିକାରୀମାନେ ଆବଶ୍ୟକ ଅନୁସାରେ ଉପକରଣ ସହାୟତାକୁ ନିୟମିତ ତଦାରଖ କରାଯାଇ ସେମାନଙ୍କୁ ତୁରନ୍ତ ପ୍ରଦାନ କରାଯିବ । ଏହାସହ କେନ୍ଦ୍ର ସାମାଜିକ ସୁରକ୍ଷା ଯୋଜନା ହିତାଧିକାରୀମାନେ ଆକାଉଂଟ ଦ୍ୱାରା ଭତା ଟଙ୍କା ପାଉଥିବା ବେଳେ ହିତାଧିକାରୀଙ୍କ ବ୍ୟାଙ୍କ୍ ଜମାଖାତାରେ ଆଧାର ଲିଙ୍କ୍ କରାଯିବା ପାଇଁ ବାଧ୍ୟତାମୂଳକ ରହିଛି । ଏଦ୍ୱାରା ସଠିକ୍ ହିତାଧିକାରୀ ଭତା ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଏହାସହ ନକଲି ହିତାଧିକାରୀ ଏବଂ ମୃତ ହିତାଧିକାରୀ ରହଥିବା ଜଣାପଡିବ । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ବାକି ରହିଥିବା ୩ ହଜାୟର ହିତାଧିକାରୀଙ୍କ ଆଧାର ଲିଙ୍କ୍ ପେଣ୍ଡିଂ କାମ ଶୀଘ୍ର ସାରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ନିର୍ଦ୍ଦେଶ କହିଛନ୍ତି ।  ଏହାସହ ଭୀମଭୋଇ ସାମର୍ଥ୍ୟ, ପାରା ସ୍ପୋର୍ଟସ, ଡିଆଇ ଋଣ, ସହାୟତା ଉପକରଣ ଆଦି ବିଭାଗର ସମସ୍ତ ସ୍କିମ୍ ଉପରେ ସମୀକ୍ଷା ହୋଇଥିଲା ।
 କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଯେଉଁମାନଙ୍କ ବ୍ୟାଙ୍କ୍ ଖାତା ସହ ଆଧାର ସିଡିଙ୍ଗ୍ ହୋଇଛି ସେହି ହିତାଧିକାରୀମାନଙ୍କୁ ଭତା ଟଙ୍କା ପଠାଯାଇଛି । ବାକି ୩ ହଜାର ହିତାଧିକାରୀଙ୍କ ଆଧାର ସିଡିଙ୍ଗ୍ ପରେ ସେମାନଙ୍କ ଭତା ଟଙ୍କା ପଠାଯିବ । ସେହିପରି ଜୁନ୍ ଓ ଜୁଲାଇ ୨ ମାସର ଭତା ଏକା ସାଙ୍ଗରେ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସାମାଜିକ ସୁରକ୍ଷା ଯୋଜନାରେ ୧ ଲକ୍ଷ ୪୯ ହଜାର ୨୯୭ ଜଣ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ୩ ଲକ୍ଷ ୧୩ ହଜାର ୪୧୯ ଜଣଙ୍କୁ ଭତା ପ୍ରଦାନ କରାଯାଉଛି । ସେହିପରି ୮୦ ବର୍ଷରୁ ଅଧିକା ବୟସର ୨୫୯୨୭ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତା ଏବଂ ୮୦ ପ୍ରତିଶତରୁ ଅଧିକ ୧୦୧୯୪ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତା ପ୍ରଦାନ  କରାଯାଉଛି । ଏହାସହ ଜିଲ୍ଲାରେ ମଧୁବାବୁ ପେନ୍‌ସନ୍ ଯୋଜନାରେ ଭତା ପାଇବା ପାଇଁ ୫୮ ହଜାର ୭୧୦ ଜଣ ହିତାଧିକାରୀ ଆବେଦନ କରିଥିବା ବେଳେ କେନ୍ଦ୍ର ସାମାଜିକ ସୁରକ୍ଷା ଯୋଜନାରେ ୨୬୨୦ ହିତାଧିକାରୀ ଅପେକ୍ଷା କରିଛନ୍ତି । ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ ମୋଟ ୬୧ ହଜାର ୩୩୦ ହିତାଧିକାରୀ ଭତା ପାଇବା ପାଇଁ ଅପେକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ, ବ୍ରହ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ, ଭଞ୍ଜନଗର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଆଶିୟ ଶବର, ସବୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ସହରାଂଚଳର କମ୍ୟୁନିଟ ଅର୍ଗନାଇଜସନ ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ