ରାଧାବଲ୍ଲଭ ମଠର ମହନ୍ତ ରାଧା ଚରଣ ଦାସଙ୍କ ଦେହାନ୍ତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ବାଗଶାଳା ରାଧାବଲ୍ଲଭ ମଠର ମହନ୍ତ ଶ୍ରୀ ରାଧା ଚରଣ ଦାସଙ୍କ ଭୁବନେଶ୍ୱର ହାଇଟେକ୍ ମେଡିକାଲରେ ଆଜି ଭୋର ୪ଟା ସମୟରେ ଦେହାନ୍ତ ହୋଇଥିଲା । ସେ ଓଡ଼ିଶାର ୧୬ ଟି ମଠର ଦାୟିତ୍ଵ ତୁଲାଇଥିଲେ । ତାଙ୍କ ପ୍ରଚେଷ୍ଟା ବଳରେ ବାଗଶାଳାର ମହିଳା ଉଚ୍ଚ ବିଦ୍ୟାଳୟ, ବାପୁଜୀ ପେଣ୍ଠରେ ମଧ୍ୟ ଇଂରାଜୀ ଓ ଉଚ୍ଚ ବିଦ୍ୟାଳୟ ସହ ସରକାରୀ ଚିକିତ୍ସାଳୟ ନିମନ୍ତେ ବାଗଶାଳାର ଜମି ପ୍ରଦାନ କରିଥିଲେ। ଏଥିସହ ହନୁମାନ ମନ୍ଦିର ନିର୍ମାଣ ତଥା ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ସମାଜର ଉନ୍ନତିକରଣ ପାଇଁ ଯଥେଷ୍ଟ ପ୍ରୟାସ କରିଥିଲେ । ସେ ୧୯୫୩ ମସିହାରେ ଜନ୍ମ ନେଇଥିଲେ ତାଙ୍କ ପିତା ଗୁରୁ ଦୟାଳୁ ଦାସ ସେହି ମଠର ମହନ୍ତ ଥିଲେ । ଆଜି ୭୯ ବର୍ଷ ବୟସରେ ସ୍ବର୍ଗବାସୀ ହୋଇଛନ୍ତି । ତାଙ୍କ ପାର୍ଥିବ ଶରୀର ଅପରାହ୍ନରେ ବାଗଶାଳା ସ୍ଥିତି ମଠରେ ପହଞ୍ଚିବ । ତାଙ୍କ ପଦବୀରେ ପରବର୍ତ୍ତୀ ମହନ୍ତ ଅଭିଷେକ ପରେ ରିତିନିତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ