ବନ୍ତରେ ସିପିଆଇର ଜିଲା ପରିଷଦ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରେ ସିପିଆଇର ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାଥୀ ଗୋପବନ୍ଧୁ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଦିବଂଗତ ରାଜ୍ୟ, ଜାତୀୟ, ଆଞ୍ଚଳିକ କ୍ଷେତ୍ରରେ ବିୟୋଗ ହୋଇଥିବା ଦଳୀୟ ସାଥୀ ଓ ଜଣାଶୁଣା ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଗୃହୀତ ହୋଇଥିଲା । ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବିମ୍ବାଧର ବାରିକ ବିଗତ ଦିନର କାର୍ଯ୍ୟ ସହିତ ଆଗାମୀ ଦିନର ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ବିଶେଷକରି ସାଂଗଠନିକ ଅଭିବୃଦ୍ଧି ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ, ବେକାରୀ ବିରୋଧି, ଦରଦାମ ବୃଦ୍ଧି ସମସ୍ୟାକୁ ଗଣଆନ୍ଦୋଳନ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏଥିସହ ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଜୋନ୍ ଓ ଜିଲା ସମ୍ମିଳନୀ ଶେଷ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକରେ ଅନନ୍ତ ମହାନ୍ତି, ସନ୍ଥ ଚରଣ ବିଶ୍ୱାଳ, ହରିହର ବେହେରା, ଜୟୀକୃଷ୍ଣ ବେହେରା, ସ୍ୱର୍ଣ୍ଣଲତା ଖିଲାର, ଫକୀର ଚରଣ ବିଶ୍ୱାଳ, ଭାସ୍କର ଚନ୍ଦ୍ର ବେହେରା, ସମିତି ସଭ୍ୟ ପରମେଶ୍ୱର ବାରିକ, ବାବାଜି ଚରଣ ଯେନା ଯୋଗ ଦେଇ ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ପ୍ରସ୍ତାବ ଆଗତ କରିବା ସହିତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ଜୋନ୍ ସଂପାଦକ ରମେଶ ଜେନା, ନିରଞ୍ଜନ ନାୟକ, ଅହଲ୍ୟା ମହାକୁଡ, ଅରବିନ୍ଦ ବିଶ୍ୱାଳ, ଦୀଲିପ ନାୟକ, ଦୁଲ୍ଲା ଖାଁ, କିଶୋର ବେହେରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।


