ମାଟ୍ରିକ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କୋଦଳା, (ଗୁଲସନ କୁମାର କର) :-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି ଜାଗିଲିପଦର ସରକାରୀ ହାଇସ୍କୁଲର ଛାତ୍ରୀ ମଧୁସ୍ମିତା ଦାସ ୯୮ ପ୍ରତିଶତ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି । ଏଥି ସହିତ ଉକ୍ତ ହାଇସ୍କୁଲର ଅନ୍ୟ ୫ ଜଣ ଛାତ୍ରଛାତ୍ରୀ ମଧ୍ୟ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ସେମାନେ ହେଲେ ସଂଚିତା କୁମାରୀ ସାହୁ, ବିକାଶ ସାହୁ, ତନିସା ପାଣିଗ୍ରାହୀ, ହରପ୍ରସାଦ ଯେନା, ସୁଶୀଲ କୁମାର ଗୌଡ଼ । ଏ ସମସ୍ତଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ସ୍ଥାନୀୟ କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀଙ୍କ ଉଦ୍ଯମରେ ରାଜୀବଗାନ୍ଧୀ ସେବାକେନ୍ଦ୍ରରେ  ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କାଳିମେଘି ଜାଗିଲିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଯେନା, ସିଆରସିସି ବ୍ରଜବନ୍ଧୁ ପ୍ରଧାନ, ସମାଜସେବୀ ବିଶ୍ବନାଥ ତ୍ରିପାଠୀ,ବରିଷ୍ଠ ଆଇନଜୀବୀ ବାଳକୃଷ୍ଣ ପଣ୍ଡା, କାଳିମେଘି ସମିତି ସଭ୍ୟା ନୟନୀ ଗୌଡ଼, ହାଇସ୍କୁଲର ଶିକ୍ଷକ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅନ୍ୟତମ ଅତିଥି ଭାବେ ସାନ ଉସ୍ତାପଡା ସରପଞ୍ଚ ସନ୍ତୋଷ କୁମାର ସ୍ବାଇଁ ଉପସ୍ଥିତ ରହିଥିଲେ । ବ୍ଲକ ଟପ୍ପର ମଧୁସ୍ମିତାକୁଂ ୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ। ଅନ୍ୟ ୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ୨ ହଜାର ଟଙ୍କାର ଚେକ୍ ଦେବା ସହ ସମସ୍ତଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ