ଓକିଲ ସଂଘ ତରଫରୁ ‘ଆତ୍ମହତ୍ୟା ଏହାର କାରଣ ଓ ନିରାକରଣ’ ଶୀର୍ଷକ ଆଲୋଚନାଚକ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସମ୍ପ୍ରତି ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ବଢିଚାଲିଛି ଯାହା ପୋଲିସ୍ ପ୍ରଶାସନ ପ୍ରତି ମୁଣ୍ଡବ୍ୟଥାର କାରଣ ସାଜିଛି । ଏ ନେଇ ଭୁବନେଶ୍ୱର ଓକିଲ ସଂଘ ତରଫରୁ ‘ଆତ୍ମହତ୍ୟା ଏହାର କାରଣ ଓ ନିରାକରଣ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦୦ରୁ ଉର୍ଦ୍ଧ୍ୱ ନୂତନ ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀ ମିହିର ମହାନ୍ତି, ଜଗନ୍ନାଥ ଦାସ, ଡ. ସୁରେଶ ବାରିକ, ଶିଳଭଦ୍ର ଶାସ୍ତ୍ରୀ, ଶୁଭାଶିଷ ମିଶ୍ର, ଇପ୍ସିତା ରଥ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏଥରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜଜ ଶ୍ରୀଯୁକ୍ତ ନିଶିଥ ନିଶଙ୍କ, ସ୍ୱତନ୍ତ୍ର ସିବିଆଇ ଜଜ୍ ବିରଞ୍ôଚ ନାରାୟଣ ମହାନ୍ତି, ସ୍ୱତନ୍ତ୍ର ଜିଲ୍ଲା ଜଜ୍ ବିଶ୍ୱଜିତ ଦାସ, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍ ସତ୍ୟନାରାୟଣ ପାତ୍ର, ଏସ୍ଡ଼ିଜେଏମ୍ ଆଲୋକ ପଣ୍ଡା, ଭୁବନେଶ୍ୱର ଓକିଲ ସଂଘ ଲାଇବ୍ରେରୀ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକ, ସଂଘର ସଭାପତି ରବିନାରାୟଣ ସାମନ୍ତରାୟ, ସମ୍ପାଦକ ରାଜକିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, ଉପସଭାପତି ଅଭିମନ୍ୟୁ ସ୍ୱାଇଁ, କୋଷାଧ୍ୟକ୍ଷ ଦିବାକର ମିଶ୍ର, ସହ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ, ସମସ୍ତ କାର୍ଯ୍ୟକାରୀ ସଭ୍ୟ ଏବଂ ସଭ୍ୟା ସବ୍ୟସାଚୀ ସୂତାର, କୁଳଦୀପ ରାଉତରାୟ, ଅବିନାଶ ମହାନ୍ତି, ଚିତ୍ରସେନ ଶ୍ରୀଚନ୍ଦନ, ଅଶୋକ କୁମାର ସାହୁ, ବିମଳ କେଶରୀ ଦାଶ, ପ୍ରଦୀପ୍ତ କୁମାର ପାଳ, ଦିପ୍ତିରଞ୍ଜନ ଦଳାଇ, ଅମ୍ରିତା ସାହୁ, ବନ୍ଦିତା ସାମଲଙ୍କ ସମେତ ଅନ୍ୟ ଆଇନଜୀବୀମାନେ ଅଂଶଗ୍ରହଣ କରି ମତାମତ ରଖିଥିଲ । ଏହି ଆଲୋଚନା ଚକ୍ର ନୂତନ ଆଇନଜୀବୀମାନଙ୍କୁ ଦିଗ ଦେଖାଇବ ବୋଲି ଏଥିରେ ମତପ୍ରକାଶ ପାଇଥିଲା । ଏହିଭଳି ଆଲୋଚନା ଚକ୍ର ପ୍ରତି ମାସରେ ଅନୁଷ୍ଠିତ ହେବ ବୋଲି ଓକିଲ ସଂଘ ତରଫରୁ କୁହାଯାଇଛି ।


