ବିଦ୍ୟୁତ ସଂଷ୍ପର୍ଷରେ ଆସି ଯୁବକ ମୃତ
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମଉଦା ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା । ବିଦ୍ୟୁତ ସଂଷ୍ପର୍ଷରେ ଆସି ଜଣେ ଯୁବକଙ୍କ ଜୀବନ ଯାଇଛି । ଖବରରୁ ଜଣାଯାଇଛି ଯେ ପୁର୍ବତନ ଶିକ୍ଷକ ଅନାଦି ମଲ୍ଲିକଙ୍କ ୨୮ବର୍ଷୀୟ ପୁଅ ସଚିଦାନନ୍ଦ ଆଜି ଘରେ ଏକ ପାଣି ମଟର ସଜାଡୁଥିବାବେଳେ ବିଦ୍ୟୁତ ସଂଷ୍ପର୍ଷରେ ଆସି ଯାଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


