ବିଲରେ କାମ କରୁଥିବା ବେଳେ ଟଳି ପଡିଲେ ଦୁଇ ଚାଷୀ 

ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତର ବାହାରିପୁର ଗ୍ରାମରେ ଆଜି ଘଟିଯାଇଛି ଅଘଟଣ । ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଚାଲି ଯାଇଛି ଦୁଇ ଚାଷୀଙ୍କ ଜୀବନ । ସୁଚନାରୁ ଜଣାଯାଇଛି ଯେ ଏବେ ଭଲ ବର୍ଷା ଟିକେ ହେବାପରେ ବିଲରେ ଚାଷବାସ କାମ ଆରମ୍ଭ ହୋଇଯାଇଛି । ଆଜି ବାହାରିପୁର ଗ୍ରାମର ନୃଷିହଂ ଯେନା (୫୦) ଓ କାହ୍ନୁ ଯେନା (୪୮) ଆଜି ବିଲକୁ କାମ କରିବାକୁ ଯାଇଥିଲେ । ମଧ୍ୟାହ୍ନ ଗୋଟାଏ ବେଳେ ଅକସ୍ମାତ କଳା ହାଣ୍ଡିଆ ମେଘ ଉଠାଇ ଆସିବା ସହିତ ଜୋରରେ ବର୍ଷା ଓ ବିଜୁଳି ମାରିଥିଲା । ଏହି ବଜ୍ରାଘାତ ରେ ନୃଷିହଂ ଓ କାହ୍ନୁ ଦୁହେଁ ବିଲରେ  ଟଳି ପଡିଥିଲେ । ପାଖ କିଆରୀରେ କାମ କରୁଥିବା ଅନ୍ୟ ଚାଷୀମାନେ ଦଉଡିଆସି ନୃଷିହଂ ଓ କାହ୍ନୁଙ୍କୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିବାବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ନନ୍ଦିପଦା ପୁଲିସ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ କରାଇ ଅଧିକ ତଦନ୍ତ ଚଳାଇଛି । ଉଭୟଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ଉଭୟ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ