୯୭.୬ ପ୍ରତିଶତ ସହ ବିଜ୍ଞାନରେ ଇପ୍‌ସିତା ଏବଂ ୯୬.୬୦ ସହ ଲିପସିତା ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : କେନ୍ଦ୍ରୀୟ ଶିକ୍ଷାବୋର୍ଡ ଦ୍ୱାରା ପ୍ରକାଶିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗର ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗରେ ପାସ୍ ହାର ୧୦୦ପ୍ରତିଶତ ସହ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥି ସହ ସର୍ବାଧିକ ବ୍ୟକ୍ତିଗତ ପ୍ରତିଶତ ବିଜ୍ଞାନରେ ୯୭.୬୦ ଏବଂ ବାଣିଜ୍ୟରେ ୯୬.୬୦ ରହିଛି ।ବିଜ୍ଞାନ ବିଭାଗରେ ୭୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧.୨୬ ପ୍ରତିଶ୍‌ତ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର, ୩୬.୬୧ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ତଥା ୮୩.୦୯ ପ୍ରତିଶତ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁଅଧିକ, ୧୦୦ ପ୍ରତିଶତ ଛାତ୍ରଛାତ୍ରୀ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତିି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନରେ ଇପ୍‌ସିତା ପାତ୍ର ୯୭.୬୦ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନରେ, ସତ୍ୟମ ସ୍ମିତୋଦୟ ନାୟକ ୯୬.୮୦ ପ୍ରତିଶତ ରଖି ଦ୍ୱିତୀୟ ସ୍ଥାନରେ ଓ ଆଦ୍ୟାଶା ପ୍ରିୟଦର୍ଶିନୀ ଆଚାର୍ଯ୍ୟ ୯୬.୪୦ ପ୍ରତିଶତ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ବାଣିଜ୍ୟରେ ୨୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୯.୫୬ ପ୍ରତିଶତ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ, ୧୦୦ ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତ ରୁ ଉର୍ଦ୍ଧ୍ୱ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଛନ୍ତି । ଲିପ୍‌ସିତାସାହୁ ୯୬.୬୦ ପ୍ରତିଶତ ରଖି ପ୍ରଥମ ସ୍ଥାନ, ଶୁଭମ୍ ଶେଖର ଜେନା୯୪.୮୦ ପ୍ରତିଶତ ରଖି ଦ୍ୱିତୀୟ ସ୍ଥାନ ଏବଂ ରଶ୍ମିପ୍ରଭା ଦାସ୯୩.୮୦ ପ୍ରତିଶତ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚଳିତ ଶିକ୍ଷାବର୍ଷରେ ବିଦ୍ୟାଳୟର ବିଜ୍ଞାନ ବିଭାଗର ସାମଗ୍ରୀକ ହାର ୮୬.୭୪ ଏବଂ ବାଣିଜ୍ୟରେ ସାମଗ୍ରୀକ ହାର ୮୩.୧୨ହୋଇଛି । ଏହି ସଫଳତା ନିମନ୍ତେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ମଦନ ମୋହନ ପଣ୍ଡା, ଡି.ଏ.ଭି ବିଦ୍ୟାଳୟ ସମୂହ ଓଡ଼ିଶା ଜୋନ୍ – ୧ର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀଓ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ କୁମାର ସାହୁକୃତୀ ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ