ଜିଲା ଯାଦବ ମହାସଂଘ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଯାଦବ ମହାସଂଘ ର ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହେଇ ଯାଇଛି । ଦିବଂଗତ ଯାଦବ ନେତା ତଥା ଜିଲା ସମ୍ପାଦକ ପଞ୍ଚାନନ ପରିଡ଼ା ଏବଂ ଭୁବନେଶ୍ୱରର ଯୁବ ଯାଦବ ନେତା ସମୀର ପ୍ରଧାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ତଥା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସଂଗଠନର ଜିଲା ସଭାପତି ଭାଗୀରଥି ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଖାଲିପଡ଼ିଥିବା ଜିଲା ସାଧାରଣ ସମ୍ପାଦକ ଭାବେ ନିଶିତ କୁମାର ବାରିକଙ୍କୁ ସର୍ବସମ୍ମତ୍ତି କ୍ରମେ ମନୋନୀତ କରାଯାଇଥିଲା । ଶ୍ରୀ ବାରିକ୍ ପୂର୍ବରୁ ଜିଲା ଯୁବ ଯାଦବ ସଭାପତି ଓ ପରେ ସାଙ୍ଗଠନିକ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ଏଥି ସହିତ ସଂଗଠନ ପରିବର୍ଦ୍ଧିତ କମିଟି ଘୋଷଣା କରାଯାଇ ଯୁବ ଯାଦବ ଶାଖାରେ ବିଭୂତି ଭୂଷଣ ବାରିକ ସଭାପତି, ବିପ୍ଳବ ଯାଦବ ଉପ-ସଭାପତି ଓ ବେଣୁଧର ଦାସଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ସେହିପରି ମହିଳା ଶାଖାର ସଂଘମିତ୍ରା ଦାସ ସଭାପତି, ଝୁନା ବାରିକ୍ ଉପ-ସଭାପତି ଓ କବିତା ବାରିକଙ୍କୁ ସମ୍ପାଦିକା ଭାବେ ମନୋନୀତ କରାଯାଇଛି । ଆସନ୍ତା ଅଗଷ୍ଟ ୧୯ ତାରିଖ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଆୟୋଜନ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଉପ-ସଭାପତି ବିଶ୍ୱଜିତ ମହାପାତ୍ର ଓ କାର୍ଯ୍ୟକାରୀ ସଭାପତି ରାଜକିଶୋର ଦାସଙ୍କୁ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଆୟୋଜନର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏଥି ସହିତ ସାମ୍ପ୍ରତିକ ସ୍ଥିତିରେ ଯାଦବମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ଉପରେ ଏହି ବେଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆକାଶଛୁଆଁ ଦରବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଜିଲ୍ଲା ଯାଦବ ମହାସଂଘ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ପ୍ରଭାସ ଦାସ, ଅଶୋକ କୁମାର୍ ଦାସ, ସୁରଞ୍ଜନ ଦାସ, ଅବଶ କୁମାର ଦାସ, ତପନ ଦାସ, ଡା. ପଙ୍କଜ କୁମାର୍ ଦାସ, ଅର୍ଜୁନ ପରିଡ଼ା, ନବ ଦାସ, ରାମଚନ୍ଦ୍ର ବାରିକ, ସିତାମଣୀ ବାରି. ପୁରୁଷୋତ୍ତମ ବାରିକ, ମିହିର ବାରିକ, ସୁବାସ ପୃଷ୍ଟି ଓ ନମିତା ବାରିକ ପ୍ରମୁଖ ଏଥିରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଭାସ୍କର ବାରିକ, କୈଳାଶ ନାୟକ, ଦୋଳଗୋବିନ୍ଦ ବାରିକ୍‌, ଚିତ୍ତରଞ୍ଜନ ଦାସ, ଜୟନ୍ତୀ ରାଣୀ ବାରିକ, କବିତା ବାରିକ, କାର୍ତ୍ତିକ ଚନ୍ଦ୍ର ଦାସ୍‌, ବିଜୟ ମହାକୁଡ, ସୁରେନ୍ଦ୍ର ଖିଲାର, ସୁଶାନ୍ତ ବାରିକ, ନନ୍ଦକିଶୋର ପରିଡ଼ା ପ୍ରମୁଖ ଅନେକ ଯାଦବ ନେତା ତଥା କର୍ମୀ ଯୋଗଦେଇ ଥିଲେ । ଏହି ଅବସରରେ ନବ ନିର୍ବାଚିତ କାଉନସିଲରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଧାମୋହନ ବାରିକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ