ପିସିଏମ ଭବନ ପରିସରରେ ଜିଲ୍ଲା ସ୍ତରୀୟ ବିଜୁଳି ମହୋତ୍ସବ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ବିଜୁଳି ଶକ୍ତି ହିଁ ଦେଶର ପ୍ରଗତିର ସାରଥୀ ।ଦେଶର ଆର୍ଥିକ ବୃଦ୍ଧିରେ ଅହମ ଭୂମିକା ଗ୍ରହଣ କରୁଛି ବିଜୁଳି ଶକ୍ତି । ଭାରତର ସ୍ବାଧୀନତାର ୭୫ ବର୍ଷକୁ ‘ଆଜାଦିର ଅମୃତ ମହୋତ୍ସବ’ ପାଳନ ଅବସରରେ ଶକ୍ତି ମନ୍ତ୍ରାଳୟ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପୋସାକୋ ଦ୍ବାରା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ପୂର୍ଣଚନ୍ଦ୍ର ଭବନ ପରିସରରେ ବିଜୁଳି ମହୋତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରାଜକିଶୋର ପରିଡା, ସିନିଅର ଜେନେରାଲ ମ୍ୟାନେଜର (ଓପିଟିସିଏଲ),ହରିଶ କୁମାର ପଣ୍ଡା, ଏହି(ଟିପିଏନଓଡିଏଲ), ପ୍ରଦୀପ କୁମାର ନନ୍ଦ, ସିନିଅର ଜେନେରାଲ ମେନେଜର, ଶ୍ୟାମଲ କୁଅଁର (ପୋସୋକୋ), ପୋସାକୋ ଚିଫ ମେନେଜର ରାକେଶ ପ୍ରଧାନ, ରାଇରଙ୍ଗପୁର ଉପଖଣ୍ଡ ଲୋକ ସଂପର୍କ ସୂଚନା ଅଧିକାରୀ ବିକାଶ ରଂଜନ ମହାନ୍ତି, ପ୍ରମୁଖ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାକୁ ପାଳନ କରିବା ନିମନ୍ତେ ଏବଂ ବିଦ୍ୟୁତ କ୍ଷେତ୍ରରେ ପ୍ରମୁଖ ସଫଳତାକୁ ପ୍ରଦର୍ଶିତ କରିବା ପାଇଁ ବିଜୁଳି ମହୋତ୍ସବର ଉଦେଶ୍ୟ ବୋଲି ଅତିଥିଗଣ କହିଥିଲେ । ୨୦୩୦ ମସିହା ବେଳକୁ ଭାରତ ଏକ ବିଜୁଳି ବଳକା ରାଷ୍ଟ୍ର ରେ ପରିଣତ ହେବାକୁ ସରକାର ପଦକ୍ଷେପ ନେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଗ୍ରାମ ଓ ସହରରେ ବିଦ୍ୟୁତ ସଂଯୋଗୀକରଣ ସହ ଗ୍ରାହକମାନଙ୍କୁ ବିଦ୍ୟୁତ ଯୋଜନାର ସମସ୍ତ କାର୍ଯ୍ୟକାରୀତା ସଫଳ ରୂପାୟନ ସହ ଉପକାରିତା ଲବ୍ଧବାନ ହେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଘରକୁ ବିଜୁଳି ପହଞ୍ଚାଇବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସରକାରଙ୍କ ଲୋକାଭିଯୋଜନା ସଂପର୍କରେ ଜନସେଚତନତା ସୃଷ୍ଟି କରିବା ନିମନ୍ତେ ଏହି ମହୋତ୍ସବ ଉଜ୍ଜ୍ବଳ ଭାରତ, ଉଜ୍ବଳ ଭବିଷ୍ୟତ ପାଳନ କରାଯାଉଛି । ସରକାର ବିଜୁଳିର ଭିତ୍ତିଭୂମି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଏକାନ୍ତ ଆବଶ୍ୟକ ଥିବାବେଳେ ପ୍ରତ୍ୟେକ ନାଗରିକ ଏଥିରୁ ବଂଚିତ ନ ହେବା ଉଚିତ ବୋଲି ଅତିଥିଗଣ କହିଥିଲେ । ଏହି ଉତ୍ସବରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଜନଜାଗରଣ ସୃଷ୍ଟି କରିବା ପାଇଁ ପ୍ରୟାସ କରାଯାଇଥିଲା । ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସଚେତନ କାର୍ଯ୍ୟକ୍ରମ ପାଲା ଓ ଛଉ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିଲା । କାର‌୍ୟ୍ୟକ୍ରମରେ ମଂଚ ପରିଚାଳନା କରିଥିଲେ ଶିକ୍ଷକ ରଂଜନ ନନ୍ଦ। କାର୍ଯ୍ୟକ୍ରମରେ , ରାଇରଙ୍ଗପୁର ପୌର ଉପାଧ୍ୟକ୍ଷା ମମିତା ଚୌଧୁରୀ ଏବଂ କାଉନସିଲର ବୃନ୍ଦ, ତିରିଂବ୍କକ ଅଧ୍ୟକ୍ଷ ପରମେଶ୍ବର ସାମଦ, ଜିଲ୍ଲା ପରିଷଦ ସଦସ୍ୟସଦସ୍ୟା ପରେଶ ମୁଣ୍ଡା, ବାବୁଲୁ ଟୁଡୁ, ବିନ୍ଦୁସ୍ମିତା ଦେଓ, ସଚ୍ଚିଦାନନ୍ଦ ମହାନ୍ତ, ଲଳିତା ମୁନ୍ଦେୟା, ଅନ୍ୟ ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ଟିପିଓଏନଡିଲ, ଓଟିପିସିଏଲ, ଗ୍ରୀଡର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ