ଏସଏସଡି ସ୍କୁଲର ଦଶମ ଶ୍ରେଣୀ ଛାତ୍ର ମୃତ ; କାରଣ ଅସ୍ପଷ୍ଟ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ପଣ୍ଡୁପାଣି ଅନୁସୂଚିତ ଜାତି/ଜନଜାତି ବିଦ୍ୟାଳୟର ଅନ୍ତେବାସୀ ଦଶମ ଶ୍ରେଣୀ ଛାତ୍ର ମୁନା ମାର୍ଣ୍ଡୀ (୧୫)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଅନ୍ତେବାସୀ ଛାତ୍ର ବୁଧବାର ରାତିରେ ହଷ୍ଟେଲରେ ଖାଇପିଇ ଶୋଇଥିଲେ । ଗୁରୁବାର ସକାଳ ୭ଟା ବେଳକୁ ସାଙ୍ଗସାଥୀ ତାଙ୍କୁ ଉଠାଇଥିଲେ । ମୁନା ଉଠିଲା ନାହିଁ ।ସଙ୍ଗେ ସଙ୍ଗେ ଅନ୍ତେବାସୀ ସ୍କୁଲର ଶିକ୍ଷକ, ସୁପରିଣ୍ଟେଡେଣ୍ଟ ଓ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ବିଲରେ କାମ କରୁଥିଲେ । କାମ ଛାଡି ମୁନାର ମାଆ ଦାନଗୀ ସ୍କୁଲକୁ ଛୁଟି ଆସିଥିଲେ । ମୁନାଙ୍କୁ ଅଟୋରେ ତିରିଂ ହସ୍ପିଟାଲକୁ ନିଆଯାଇଥିଲା ।ପରେ ସେଠାରୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ, ଶିକ୍ଷା ପ୍ରଶାସନ, ସହକାରୀ ଜିଲ୍ଲା ମଙ୍ଗଳ ପ୍ରଶାସକ ସୁରେଶ ଚନ୍ଦ୍ର ଜୀତ୍, ବ୍ଲକ ମଙ୍ଗଳ ଅଧିକାରୀ ତରଫରୁ ତଦନ୍ତ ଚାଲିଛି । ଲେଖା ପର୍ଯ୍ୟନ୍ତ ତଦନ୍ତ ଚାଲିଛି । ମୃତକଙ୍କ ଘର ତିରିଂ ବ୍ଲକର ଧରମଡିହି ପିତା ସ୍ବର୍ଗତ ଫୁଲମାର ମାର୍ଣ୍ଡି । ମାତା ଦାନଗି ମାର୍ଣ୍ଡୀଙ୍କର ଦୁଇଟି ଛୁଆ ପୁଅଟିଏ ଏବଂ ଝିଅଟିଏ । ମାତା ଦାନଗୀ ମାର୍ଣ୍ଡୀ ଏକମାତ୍ର ପୁଅକୁ ହରାଇ କାନ୍ଦି କାନ୍ଦି ବେହୋସ ହୋଇଯାଉଛି ।


