ପଠା ପଡ଼ା ସମୟରେ କାମ କରାଇଲେ ଶିକ୍ଷକ

ମୋହନା, (ଅଂଶୁମାନ ପଣ୍ଡା) :ନୂଆଗଡ ବ୍ଲକ  ଅଧିନରେ ଥିବା ଖଜୁରୀପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପଡୁଥିବା କେତେକ ଛାତ୍ର ସ୍କୁଲ ଡ୍ରେସ ପିନ୍ଧି ଶ୍ରମିକ ଭାବେ ସ୍କୁଲ ସମୟରେ କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଲେଇ କୁମାର ବେହେରା । ଓଡିଶା ସରକାର  ସ୍କୁଲ  ଗୃହ ନିର୍ମାଣ, ଉତ୍ତମ ତାଲିମ ପ୍ରାପ୍ତ ଶିକ୍ଷକ ନିଯୁକ୍ତି , ସ୍କୁଲ  ଏବଂ ହଷ୍ଟେଲ ନାରେ  ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି କିନ୍ତୁ ଏଠି କୌଉ କାରଣରୁ ପିଲା ମାନେ  ସ୍କୁଲ ସମୟରେ ସ୍କୁଲ ଡ୍ରେସ ପିନ୍ଧି ଶ୍ରମିକ ଭାବେ କାମ କରୁଛନ୍ତି ତାହା ବୁଦ୍ଧିଜୀବି ମହଲରେ ପ୍ରଶ୍ନ ସୃଷ୍ଟି ହେଉଛି । ଯେଉ ହାତରେ ଛାତ୍ର ଛାତ୍ରୀ ମାନେ ପେନ୍, ପେନ୍ସିଲ, ଖାତା ଧରି    ପାଠ ପଢି ଆଦର୍ଶ ସମାଜର ଗଠନ, ନିଜ ଭବିଷ୍ୟତ ପୂରଣ, ବାପା,  ମାଙ୍କ ସପ୍ନ  ପୂରଣ କରିଥାନ୍ତେ । ସେହି ହାତରେ କୁଡି ଶାବଳ ଧରି ଶ୍ରମିକ ଭାବେ କାମ କରୁଥିବା ଦେଖି  ସାଧାରଣ ଲୋକ ଓଡ଼ିଶା ସରକାରଙ୍କ ଶିକ୍ଷା   ବିଭାଗର ଏପରି ବ୍ୟବସ୍ଥାକୁ ନିନ୍ଦା କରିଛନ୍ତି ।  ଏ ବାବଦରେ  ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦସ କୁମାର ନାୟକ କହିଛନ୍ତି ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବର୍ତ୍ତମାନ ଭିଡିଓ ଭାଇରାଲ ହେବାରେ ଲାଗିଛି  I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ