ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଗୋଷାଣି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି  ଅବସରରେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା ଜେନା, ବ୍ଲକ କାର୍ଯ୍ୟାଳୟର ବରିଷ୍ଠକିରାଣି ରାଜେଶ କୁମାର ରଥ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁବ୍ରତ ଦାସ ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି  ବିକାଶ ଘଟାଇବା ଏହି ଶିବିରରେ ମୁଖ୍ୟ ଲକ୍ଷ୍ୟ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ ।  ଏହି ଶିବିରରେ ପ୍ରାୟ ୯୪ ଜଣଙ୍କ ପଞ୍ଜିକୃତ ହୋଇଥିବା ବେଳେ  ଯୋଗଦେଇଥିବା ବେଳେ  ଅସ୍ତିଶଲ୍ୟ ସମସ୍ୟାରେ 53 ଜଣ, ମାନସିକ ସମସ୍ୟାରେ 11ଜଣ, ନଶୁଭିବା ସମସ୍ୟାରେ 22 ଜଣ, ଚକ୍ଷୁ ସମସ୍ୟାରେ 8 ଜଣ ଚିହ୍ନଟ ହୋଇଥିଲେ । ଏହି ଅବସରରେ 3 ଜଣଙ୍କୁ ଡିଆରଆଇ ଋଣ ଏବଂ 9 ଜଣଙ୍କୁ ବସ ରିହାତି ଜନିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେହିଭଳି 22 ଜଣ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରିବା ଲାଗି ଚିହ୍ନଟ ହୋଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ