ବେଆଇନ ଦେଶୀ ମଦ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଆଦଶ ଥାନା ପୋଲିସ ତରଫରୁ ବେଆଇନ ଦେଶୀ ମଦ ବିରୋଧରେ ସ୍ୱତନ୍ତ୍ର ଚଢ଼ଉ ଜାରି ରହିଛି. ଏହି ଚଢଉରେ ପାରଳା ପୋଲିସ ରାଣୀପେଣ୍ଠ ଗ୍ରାମ ନିକଟର ଏକ ପୋଲ ତଳୁ ପ୍ରାୟ ୧୨୦ ଲିଟର ବେଆଇନ ଦେଶୀ ମଦ ଓ ମହୁଲ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିବା ଜଣା ପଡିଛି । ଏଥିସହ ପାରଳା ସହରର ସୁଭାଷ ନଗରରେ ପୋଲିସ ଚଢ଼ଉ କରି ଶ୍ରୀମତୀ ଏମ୍. ସରୋଜିନୀଙ୍କ ଘରର ଆଲମିରା ଓ ରୋଷେଇ ଘରରୁ ୧୧୫ ଲିଟର ବେଆଇନ ଦେଶୀ ମଦ ଜବତ କରିଛନ୍ତି। ଏହି ଦୁଇ ଗୋଟି ଘଟଣାରେ ପାରଳାଖେମୁଣ୍ଡି ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପାରଳା ଥାନା ଆଇଆଇସି ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି ।


