ବୃକ୍ଷ ବଂଚିଲେ ସୁସ୍ଥ୍ୟ ପରିବେଶ ଓ ଜଳସ୍ଥର ରକ୍ଷା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପ୍ରତିବର୍ଷ ଭଳି ଚଳିତବର୍ଷ ଜୁଲାଇ ୩୧ରେ ପାଳିତ ହେଉଛି ଜାତୀୟ ବୃକ୍ଷ ଦିବସ । ଆମର ଦୈନନ୍ଦିନ ଜୀବନରେ ଏହାର ଭୂମିକାକୁ ସ୍ମରଣ କରିବା ପାଇଁ ଏଭଳି ଏକ ଦିବସ ପାଳନର ରହିଛି ପରିକଳ୍ପନା । ଏ ନେଇ ରାଜଧାନୀ ପାଳିତ ହୋଇଛି ଜାତୀୟ ବୃକ୍ଷ ଦିବସ । ବୃକ୍ଷ ବଂଚିଲେ ସୁସ୍ଥ୍ୟ ପରିବେଶ ହେବା ସହ ଜଳସ୍ଥର ମଧ୍ୟ ଠିକ୍ ରହିବ । ଏଥି ପାଇଁ ବ୍ୟାପକ ପରିମାଣରେ ବୃକ୍ଷ ବଂଚିବା ଉଚିତ୍ । ଏଥି ପାଇଁ କେବଳ ଚାରା ରୋପଣ କଲେ ହେବ ନାହିଁ ଏହାକୁ ବଂଚାଇ ରଖିବା ଆବଶ୍ୟକ ବୋଲି କହିଛନ୍ତି ପରିବେଶବିତ୍ ଡଃ. ଲିଙ୍ଗରାଜ ସାହୁ । ଏହି ଉପଲକ୍ଷେ ଲୋକଙ୍କୁ ସଚେତନତା କରିବା ପାଇଁ ରାଜଧାନୀ ଘାଟିକିଆ ଦୁର୍ଗା ମଣ୍ଡପ ନିକଟରେ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏଥିରେ ସରୋଜ କୁମାର ସାହୁ, ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟର ପ୍ରେମାଞ୍ଜଳି ମିଶ୍ର ଓ ବହୁ ସଦସ୍ୟ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଘୋଷଣା କରାଯାଇଥିଲା ଯେ, ଚାରା ରୋପଣ କରି ଯିଏ ଏହାର ଉଭୟ ଫଟୋ ପଠାଇବ ତାଙ୍କୁ ମାନପତ୍ର ପ୍ରଦାନ କରାଯିବ । ଏଥି ପାଇଁ ୮୮୯୫୭୨୭୧୪୩ ନମ୍ବରରେ ଫଟୋ ପଠାଇବାକୁ ହେବ ବୋଲି ସାହଯ୍ୟ ଅନୁଷ୍ଠାନର ସଭାପତି ସାହୁ କହିଛନ୍ତି ।