ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ପଟ୍ଟାମୁଣ୍ଡାଇ କେନାଲ ପରିଦର୍ଶନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜଳସେଚନ ବିଭାଗର ନୂତନ ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ ଆଜି ପଟ୍ଟାମୁଣ୍ଡାଇ କେନାଲ ପରିଦର୍ଶନରେ ଯାଇ ଧୂମାତ ଡିହସାହି ଗ୍ରାମ ପାଖରେ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା କେନାଲ ପୋଲକୁ ପରିଦର୍ଶନ କରିଥିଲେ । ସେହି ପୋଲକୁ ତୁରନ୍ତ ନବୀକରଣ କରିବା ପାଇଁ ଇଂ ଶ୍ରୀ ସେଠୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହା ବ୍ୟତୀତ ଇନ୍ଦୁପୁର ଏବଂ ଧୂମାତ ପଞ୍ଚାୟତକୁ ବ୍ରାହ୍ମଣୀ ନଦୀ ଗ୍ରାସରୁ ସୁରକ୍ଷା ଦେଉଥିବା ପ୍ରାୟ ୫କି.ମି. ଲମ୍ବର ଘେରିବନ୍ଧର ନବୀକରଣ ପାଇଁ ଉଭୟ ପଞ୍ଚାୟତର ଗ୍ରାମବାସୀଙ୍କୁ ଶ୍ରୀ ସେଠୀ ପ୍ରତିଶ୍ରୁତି ଦେବାପରେ ଚାଷ କାର୍ଯ୍ୟ ପାଇଁ ମୁଖ୍ୟ କେନାଲରୁ ଶାଖା କେନାଲକୁ ଯେଉଁସବୁ ସ୍ଥାନରେ ପାଣି ଯାଉନାହିଁ ସେସବୁର ତଦାରଖ କରିଥିଲେ । ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସେଠୀଙ୍କ ସହିତ ଛତା ସବ୍‌ଡିଭିଜନ ଏସ୍‌.ଡି.ଓ. ପ୍ରମୋଦ କୁମାର ରାୟ, ଇନ୍ଦୁପୁର ସେକ୍ସନର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ଶତପଥୀ ପ୍ରମୁଖ ଏହି ଗସ୍ତରେ ସାମିଲ୍ ହୋଇଥିଲେ । ଅଧିକ୍ଷଣ ଯନ୍ତ୍ରୀଙ୍କ ନଦୀବନ୍ଧ ପରିଦର୍ଶନ ସମୟରେ ଧୂମାତ ସରପଞ୍ଚ ମଞ୍ଜୁଲତା ସେଠୀ, ଡମ୍ବରୁଧର ସେଠୀ, ଗିରିଧାରୀ ପରମାଣିକ, ଉତ୍ତମ କୁମାର ରାଉତ, ପ୍ରବୀର କୁମାର ରାଉତ ପ୍ରମୁଖ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ